fbpx

ଗୁଜରାଟ ବିଧାନସଭା ନିର୍ବାଚନ: ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ଡିସେମ୍ବର ୫ ତାରିଖରେ ୯୩ଟି ଆସନରେ ଭୋଟିଂ କରାଯିବ । ଚଳିତ ଥର ପୂରା ଦମରେ କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଛି । ଏହା ମଧ୍ୟରେ ଦଳ ୪୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି ।

ଏଥର ରାଜ୍ୟର ୫୧ ହଜାର ୭୮୨ଟି ପୋଲିଂ ବୁଥରେ ୪.୯ କୋଟି ଭୋଟର ମତଦାନ କରିବେ । ଚଳିତ ଥର ରାଜ୍ୟରେ ୩ ଲକ୍ଷ ୨୪ ହଜାର ୪୨୨ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ୧୨୭୪ଟି ମତଦାନ କେନ୍ଦ୍ରରେ ଭୋଟିଂ ପ୍ରକ୍ରିୟା ମହିଳା ଓ ସୁରକ୍ଷା କର୍ମୀଙ୍କ ଦ୍ୱାରା ପରିଚାଳିତ ହେବ । ୧୮୨ଟି କେନ୍ଦ୍ରରେ ମତଦାତାଙ୍କୁ ଲୋକ ନିର୍ମାଣ ବିଭାଗ ପକ୍ଷରୁ ସ୍ୱାଗତ କରାଯିବ । ପ୍ରଥମ ଥର ପାଇଁ ୩୩ଟି ମତଦାନ କେନ୍ଦ୍ରର ସ୍ଥାପନା ଓ ପରିଚାଳନା ସବୁଠାରୁ କମ୍ ବୟସର ମତଦାନ କର୍ମଚାରୀ କରିବେ । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ନିର୍ବାଚନ କମିସନର ଅନୁପ ଚନ୍ଦ୍ର ପାଣ୍ଡେୟ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ନିକଟରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ୱ ନେଇଛନ୍ତି । ତେଣୁ ଗୁଜରାଟ ସହିତ ନିକଟରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହି ନିର୍ବାଚନ ଉପରେ କଂଗ୍ରେସର ନଜର ରହିଛି । ଦଳର ବର୍ତ୍ତମାନର ସ୍ଥିତି ଦୁର୍ବଳ ରହିଥିବା ବେଳେ ସଂଗଠନକୁ ସଜାଡ଼ିବା ସହ ଉନ୍ନତ ପ୍ରଦର୍ଶନ କରିବା ନୂଆ ଅଧ୍ୟକ୍ଷଙ୍କ ପ୍ରଥମ ଦାୟିତ୍ୱ ହେବ ।

Get real time updates directly on you device, subscribe now.