fbpx

କଂଗ୍ରେସ ନେତାଙ୍କୁ ହତ୍ୟା, ଘରେ ପଶି ଗୁଳି କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜୈନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସର ପୂର୍ବତନ ନେତା ହାଜୀ ଗୁଡ୍ଡୁ କଲୀମଙ୍କୁ ସକାଳ ୫ଟାରେ ଗୁଳି କରି ହତ୍ୟା କରାଯାଇଛି। ପରିବାର ଲୋକେ କହିଛନ୍ତି ଯେ, ଦୁର୍ବୃତ୍ତମାନେ ଘରେ ପଶି ହତ୍ୟା କରିଛନ୍ତି। ସେହିପରି ହତ୍ୟାର ଅଭିଯୋଗ ମୃତକଙ୍କ ପତ୍ନୀ ଏବଂ ତାଙ୍କ ପୁଅଙ୍କ ଉପରେ ଲାଗିଛି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି।

ସେହିପରି ମୃତକ ନେତାଙ୍କ ପରିବାର ଗୁଡ୍ଡୁଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ଏବଂ ପୁଅ ଉପରେ ଅଭିଯୋଗ ଆଣିଛନ୍ତି। ହତ୍ୟା କରିବା ପଛରେ ସଂପତ୍ତି ବିବାଦ ବୋଲି କୁହାଯାଉଛି। ସେହିପରି ଏହି ଘଟଣା ପରେ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାପରେ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ପୋଲିସ ଗୁଡ୍ଡୁଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କୁ ହେପାଜତରେ ନେଇଛି।

ଗୁଡ୍ଡୁଙ୍କ ଉପରେ ୪ ଅକ୍ଟୋବର ମର୍ଣ୍ଣିଂ ୱାକ ସମୟରେ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତ ଏହି ସମୟରେ ତିନୋଟି ଗୁଳି ଚାଳନା କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ପାଣିକୁ ଡେଇଁ ପଡିଥିଲେ। ଏହି ଘଟଣା ପରେ ସେ ଏତେ ଡରିଯାଇଥିଲେ ଯେ, ସେ ଘରୁ ବାହାରକୁ ବାହାରି ପାରୁନଥିଲେ। ସେ ୭ ଅକ୍ଟୋବରରେ ଥାନାରେ ଏହି ସମ୍ବନ୍ଧୀୟ ମାମଲା ରୁଜୁ କରାଇଥିଲେ।

Get real time updates directly on you device, subscribe now.