fbpx

ବିଜେଡିରେ ଯୋଗଦେଲେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀ

ତିର୍ତ୍ତୋଲ,୫ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି । ଉପନିର୍ବାଚନ ପୂର୍ବରୁ ୧୦ରୁ ଅଧିକ ନେତା ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଥିବା ସୂଚନା ମିଳିଛି । ତେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.