fbpx

କଂଗ୍ରେସ ବିଧାୟକ ଗିରଫ: ରାତି ୧୧ଟାରେ ଗୁଜୁରାଟରୁ ଉଠାଇନେଲା ଆସାମ ପୋଲିସ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାଣୀଙ୍କ ମୁସ୍କିଲ ବଢ଼ିଯାଇଛି । ବଡ଼ଗାମ ବିଧାନସଭା ସିଟରୁ ଜିତିଥିବା ଜିଗ୍ନେଶଙ୍କୁ ଆସାମ ପୋଲିସ ଗିରଫ କରିନେଇଛି । ଆସାମ ପୋଲିସ ଜିଗ୍ନେଶଙ୍କୁ ପାଲନପୁରରୁ ଗିରଫ କରିବା ପରେ ଅହମ୍ମଦାବାଦରୁ ଗୁଆହାଟୀ ନେଇଯାଇଛି ।

ସୂଚନା ମୁତାବକ, ଜିଗ୍ନେଶ ପାଲନପୁରର ସର୍କିଟ ହାଉସରେ ଥିବା ସମୟରେ ରାତି ପାଖାପାଖି ୧୧.୩୦ ସମୟରେ ଆସାମ ପୋଲିସର ଏକ ଟିମ୍ ସେଠାରେ ପହଞ୍ଚିଥିଲା । ଏହାପରେ ପୋଲିସ ଜିଗ୍ନେଶଙ୍କୁ ଗିରଫ କରିନେଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି । ତେବେ ଦାୟର ହୋଇଥିବା ଏକ ମାମଲାକୁ ଆଧାର କରି ଜିଗ୍ନେଶଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ପୋଲିସ ଏଫଆଇଆର କପି ଦେଇନଥିବା ଜିଗ୍ନେଶଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ଜିଗ୍ନେଶଙ୍କ ଗିରଫ ପରେ ରାଜନୀତିକ ମହଲ ସରଗରମ ହୋଇଉଠିଛି । ଗୋଟିଏ ରାଜ୍ୟର ପୋଲିସ ଅନ୍ୟ ରାଜ୍ୟକୁ ଯାଇ ଜଣେ ବିଧାୟକଙ୍କୁ ଗିରଫ କରିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ଆଗକୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା’ ପୂର୍ବରୁ ଏହି ଘଟଣା ଲୋକଙ୍କ ଉତ୍ତେଜନାକୁ ବଢ଼ାଇ ଦେଇଛି । ତେବେ ଏହି ଗିରଫ ପଛର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.