fbpx

କଂଗ୍ରେସ ବିଧାୟକ ସସପେଣ୍ଡ: AICCର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ । ଏହି ପରିପ୍ରେକ୍ଷୀରେ ଦଳମାନେ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରର ବିଭିନ୍ନ ସଂଗଠନରେ ନୂଆ ନୂଆ ନେତାଙ୍କୁ ନିଯୁକ୍ତି ଦେଉଛନ୍ତି । ଚଳିତ ବର୍ଷ ଶେଷରେ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଏବେ ବିଜେପି-କଂଗ୍ରେସ ଜୋରସୋରରେ ଲାଗି ପଡ଼ିଛନ୍ତି ।

ତେବେ ଏହା ମଧ୍ୟରେ କଂଗ୍ରେସ ଶିବିରରୁ ଆସିଛି ଏକ ବଡ଼ ଖବର । ଜଣେ ବିଧାୟକଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସସପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ଏଆଇସିସିର ଅନୁଶାସନ କମିଟି ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଧାୟକ ସନ୍ଦୀପ ଜାଖରଙ୍କୁ ଦଳରୁ ସସପେଣ୍ଡ କରାଯାଇଥିବା ନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ବିଧାୟକ ସନ୍ଦୀକୁ କାହିଁକି ଦଳରୁ ସସପେଣ୍ଡ କରାଗଲା ସେ ବାବଦରେ ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ କିଛି ପଏଣ୍ଟ ଉଲ୍ଲେଖ କରାଯାଇଛି । ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା ସାରା ଦେଶରେ ଚାଲିଥିବା ଭାରତ ଯୋଡ଼େ ଯାତ୍ରାରେ ବିଧାୟକ ସନ୍ଦୀପ ସାମିଲ ହୋଇନଥିଲେ । ଏଥିସହିତ ପଞ୍ଜାବ ପ୍ରଦେଶ କମିଟିର ସଭାପତି ରାଜା ୱାରିଙ୍ଗ ବିରୋଧରେ ସନ୍ଦୀପ ବୟାନ ଦେଇଥିଲେ । ଏନେଇ ରାଜା ଦଳର ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ସନ୍ଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପଞ୍ଜାବ ବିଜେପିର ଅଧ୍ୟକ୍ଷ ସୁନୀଲ ଜାଖରଙ୍କର ଭଣଜା ହେଉଛନ୍ତି ସନ୍ଦୀପ ।

Get real time updates directly on you device, subscribe now.