fbpx
BJD SKY
BJD SKY

କଂଗ୍ରେସର ବିକ୍ଷୋଭ: ଦଳର ନେତା ଓ କର୍ମୀଙ୍କ ସହିତ ପୋଲିସର ଧସ୍ତାଧସ୍ତି

BJD

ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କଥା ସାମ୍ନାକୁ ଆସିଛି । କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଏପରି ପରିସ୍ଥିତି ଉପୁଜିଛି । ପୋଲିସ ସହ ଏଜି ଛକରେ ଏପରି ଧସ୍ତାଧସ୍ତି ହୋଇଛି ।

ସୂଚନା ଅନୁଯାୟୀ, ରାହୁଲଗାନ୍ଧୀଙ୍କ ସଦସ୍ୟତା ରଦ୍ଧକୁ ବିରୋଧ କରି କଂଗ୍ରେସର ଅନୁସୂଚୀତ ଜାତି, ଜନ ଜାତି, ଓବିସି ଓ ପଛୁଆ ବର୍ଗ ଭଳି ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଉଥିଲା । ଧସ୍ତାଧସ୍ତି ପରେ ପିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ଶୁର ରାଉତରାୟଙ୍କୁ ଉଠାଇ ନେଇଛି ପୋଲିସ ।

ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ତାଙ୍କୁ ସୁରଟ କୋର୍ଟ ୨ବର୍ଷ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଯାହାକୁ ଅଗଣତାନ୍ତ୍ରିକ କହି କଂଗ୍ରେସ ବିରୋଧ କରି ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

Get real time updates directly on you device, subscribe now.