Breaking: ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ କଂଗ୍ରେସ କର୍ମୀଙ୍କ ପ୍ରୟାସ!

ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋରଦାର ଲଢେଇ। ପୋଲିସର ଲାଠି ମାଡ଼। ସେପଟେ ପୋଲିସ ଗାଡ଼ିରେ ନିଆଁ ଲଗାଇ ପୋଡ଼ିଦେବାକୁ ଆନ୍ଦୋଳନକାରୀଙ୍କ ଉଦ୍ୟମ।

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି। ଆକ୍ସନ ମୋଡରେ କଂଗ୍ରେସ କର୍ମୀ। ସେପଟେ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ନାକେଦମ ପୋଲିସ। ଆଉ ଏବେ ଖବର ଆସିଛି କି ଉତ୍ୟକ୍ତ ଆନ୍ଦୋଳନକାରୀ ପୋଲିସ୍ ଭ୍ୟନ୍ ପୋଡି ଦେବାକୁ ଉଦ୍ୟମ କରିଛନ୍ତି।

ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି। ପୋଲିସ ଗାଡିରେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି କଂଗ୍ରେସର କର୍ମୀ। ହେଲେ ଏଥିରେ ସଫଳ ହୋଇପାରିନାହାନ୍ତି। ବରଂ ପୋଲିସର ଲାଠି ମାଡ଼ର ଶିକାର ହୋଇଛନ୍ତି।

ସେପଟେ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପାଣି ମାଡ଼ ସହ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି ପୋଲିସ। ହେଲେ ଏହାକୁ ଖାତିର କରି ନାହାନ୍ତି କଂଗ୍ରେସର ଆନ୍ଦୋଳନକାରୀ। ଓଲଟା ପୋଲିସ ଉପରକୁ ଢେଲା ପଥର ମାଡ଼ ସହ ଅଣ୍ଡା ମାଡ଼ ମଧ୍ୟ କରିଛନ୍ତି।

କହିବାକୁ ଗଲେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବା ପାଇଁ ଶାର୍ଷ ନେତୃତ୍ୱ ବା ପିସିସି ସଭାପତିଙ୍କ ଭଳି ଆଗଧାଡିର ନେତାଙ୍କୁ ଗିରଫ କରିନେଇଛି ପୋଲିସ। ହେଲେ ସ୍ଥିତି ଆୟତ୍ତ ହେବା ବଦଳରେ ଅଣାୟତ୍ତ ହେବାରେ ଲାଗିଛି। ଆଶା କରାଯାଉଛି ଖୁବି ଶୀଘ୍ର ଏହାର ସମାଧାନ ହେବ।