fbpx

କରୋନାରେ ଭାରତକୁ ବରବାଦ କରିବାକୁ ନେପାଳରୁ ଚକ୍ରାନ୍ତ

ପାଟଣା, ୧୦ା୪: ସାରା ବିଶ୍ୱ ସମେତ ଭାରତରେ କରୋନା ଭାଇରସ୍ ନିଜ ତାଣ୍ଡବ ଜାରି ରଖିଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ସ୍ଥିତି ମୁକାବିଲା ପାଇଁ ୨୧ଦିନ ସାରା ଦେଶକୁ ଲକ୍ ଡାଉନରେ ରଖାଯାଇଛି । ଏହାରିମଧ୍ୟରେ ବିହାରରୁ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେବ । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନେପାଳରୁ ଚକ୍ରାନ୍ତ କରାଯାଉଥିବା ଭଳି ତଥ୍ୟ ସାମ୍ନାକୁ ଆସିଛି । ନେପାଳରେ ରହୁଥିବା ଜଣେ ବ୍ୟକ୍ତି ଭାରତରେ ଅଧିକରୁ ଅଧିକ ଲୋକଙ୍କୁ କିଭଳି କରୋନା ସଂକ୍ରମିତ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ବିହାରର ପଶ୍ଚିମଚମ୍ପାରଣ ଜିଲ୍ଲାପଦାଧିକାରୀ ନିଜେ ପୋଲି ଏସପି ନିକଟକୁ ଲେଖିଥିବା ଏକ ଚିଠିକୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡ଼େ ହଇଚଇ ଖେଲିଯାଇଛି । ଜିଲ୍ଲାଅଧିକାରୀ ଏହି ଚିଠିରେ ଦର୍ଶାଇଛନ୍ତି ଯେ ଏସଏସବି ସୂତ୍ରରୁ ତାଙ୍କୁ ସୂଚନା ମିଳିଛି ଯେ ନେପାଳରେ ରହୁଥିବା ଜାଲିମ୍ ମୁଖିଆ ନାମକ ଜଣେ ବ୍ୟକ୍ତି ଭାରତରେ କୋଭିଡ଼-୧୯ମହାମାରୀ ସଂକ୍ରମଣ ବୃଦ୍ଧିପାଇଁ ଉଦ୍ୟମ ଆରମ୍ଭ କରିଛି । ଜାଲିମ ମୁଖିଆ ନାମକ ଏହି ବ୍ୟକ୍ତି ପୂର୍ବରୁ ଭାରତ-ନେପାଳ ସୀମାରେ ଅବୈଧ ଅସ୍ତ୍ରଶସ୍ତ୍ର ସପ୍ଲାଇ ଏବଂ ତସ୍କରୀ କରୁଥିଲା । ଏପରିକି ୪୦ରୁ ୫୦ କରୋନା ଭାଇରସ୍ ସନ୍ଦିଗ୍ଧ ଯୁବକଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରାଇ ଭାରତକୁ ବରବାଦ କରିବାକୁ ସେ ଚକ୍ରାନ୍ତ କରିଥିବା ଜଣାପଡ଼ିଛି । ଏହିପରି ସୂଚନା ପାଇବା ପରେ ଜିଲ୍ଲା ଅଧିକାରୀ ଏସପିଙ୍କୁୁ ଭାରତ-ନେପାଳ ସୀମାରେ ଅଧିକ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହ କୌଣସି ପ୍ରକାର ସନ୍ଦିଗ୍ଧ ଗତିବିଧି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ବର୍ତ୍ତମାନ ଜାଲିମ ମୁଖିଆ ନେପାଳର ପାର୍ସଦ ଜିଲ୍ଲା ସ୍ଥିତ ସେରୁୱା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ବାସିନ୍ଧା ଜିଲ୍ଲଶ ଅଧିକାରୀ ଜଣକ ଚଳିତମାସ ୬ତାରିଖରେ ସ୍ଥାନୀୟ ଏସପିଙ୍କୁ ଏହି ଚିଠି ଲେଖିଥିଲେ । ଏହାପରେ ଭାରତ-ନେପାଳ ସୀମାରେ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

Get real time updates directly on you device, subscribe now.