fbpx

(Video) ମହିଳାଙ୍କ ସହ ଫ୍ଲାଟରେ ରୋମାନ୍ସ କରୁଥିଲେ କନଷ୍ଟେବଳ: ଅଚାନକ୍ ପରିବାର ଲୋକଙ୍କୁ ଧରି ପହଞ୍ଚିଗଲେ ପତ୍ନୀ, ଆଉ ତା’ପରେ…

କାନପୁର: ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି । ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ । କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ ସମ୍ପର୍କ ରଖୁଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ କାନପୁରରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଗୋଟିଏ ଫ୍ଲାଟରେ ଅନ୍ୟ ଜଣେ ମହିଳାଙ୍କ ସହ ରୋମାନ୍ସ କରୁଥିବା ବେଳେ ସେଠାରେ ଅଚାନକ୍ ପହଞ୍ଚିଯାଇଥିଲେ ଓ ତା’ପରେ ଆରମ୍ଭ ହୋଇଥିଲା ଜୋତାମାଡ଼ ।

ତେବେ ଫ୍ଲାଟରେ ରୋମାନ୍ସ କରୁଥିବା ବ୍ୟକ୍ତିଜଣକ ଜଣେ କନଷ୍ଟେବଳ ବୋଲି ଜଣାପଡିଛି । ସୂଚନା ଅନୁସାରେ, କାନପୁରର ନୌବସା ଥାନାରେ କାର୍ୟ୍ୟରତ କନଷ୍ଟେବଳ ରାଜୀବ ଯାଦବ ୨୦୦୭ରେ ବାହା ହୋଇଥିଲେ। ପରବର୍ଷ ସନ୍ତାନଟିଏ ବି ହୋଇଥିଲା। ହେଲେ ପତ୍ନୀ ବଜୟରାଜେ ଯାଦବଙ୍କ ସହିତ ଝଗଡ଼ା ହେବାରୁ ପତ୍ନୀ ବାପଘର ଚାଲିଯାଇଥିଲେ। ସେଠାରେ ସେ ପିଲାକୁ ବଢ଼ାଇଥିଲେ। ଚାକିରି ବି କରିଥିଲେ। ଏଥିସହିତ ସ୍ବାମୀଙ୍କ ବିରୋଧରେ ଏକ ଯୌତୁକ ମାମଲା ରୁଜୁ କରିଥିଲେ। ସ୍ବାମୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ରାଜୀବ ଯାଦବ ଲଖନଉର ଏକ ଫ୍ଲାଟରେ ଜଣେ ମହିଳାଙ୍କ ସହ ରୋମାନ୍ସ କରିଥିବା ବେଳେ ବିଜୟରାଜେ ପହଞ୍ଚିଯାଇଥିଲେ। ସାଙ୍ଗରେ ପରିବାର ସଦସ୍ୟ ଆଉ କିଛି ଲୋକଙ୍କୁ ନେଇଥିଲେ। ଯେଉଁମାନେ ଭିଡିଓ ସୁଟିଂ କରିଥିଲେ।

ଏହି ଘଟଣା ପରେ ବିଜୟରାଜେ ଏସପିଙ୍କ ପାଖରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ତେବେ ସ୍ବାମୀ ତାଙ୍କର ବଡ଼ କାର୍ପଟଦାର ବୋଲି ସେ ଅଭିଯୋଗ କରିଛନ୍ତି। କନଷ୍ଟେବଳ ହୋଇ ବି ସେ ଇନସ୍ପେକ୍ଟରର ଏକ ଆଇକାର୍ଡ ରଖିଛନ୍ତି। ଆଉ ସେଥିରେ ଲୋକଙ୍କୁ ବାନ୍ଧି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେପଟେ ରାଜୀବ କୁମାର କହୁଛନ୍ତି ପତ୍ନୀ ତାଙ୍କର ବାପଘରକୁ ଚାଲିଯିବା ପରେ ତାଙ୍କ ଠାରୁ କ୍ଷତି ପୂରଣ ଦାବି କରି କୋର୍ଟରେ ମାମଲା ରୁଜ କରିଛନ୍ତି ମାମଲା ବିଚାରାଧୀନ ଅଛନ୍ତି। ତେବେ ଲଖନଉ ଫ୍ଲାଟର ଘଟଣା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲଛି।

Get real time updates directly on you device, subscribe now.