fbpx
BSKY
BJD YOUTH SKY
BJD MS SKY

ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ନବରଙ୍ଗପୁର, ୧୧ା୧ (ଓଡିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ତାଲାପଦର ଗାଁରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ତଥା ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା । ବିଭାଗୀୟ ଜେଇ, ଏସଡିଓ ଓ ଠିକାଦାରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣାସ୍ଥଳରେ ସୁନାବେଡ଼ା ଏସଇ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଇଆଇସି ମଧ୍ୟ ଘଟଣାର ଅନୁଧ୍ୟାନ କରିବାର ସୂଚନା ମିଳିଛି । ଗତକାଲି ପୋଲ ଭୁଶୁଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶ୍ରମିକ ଗୁରୁତର ହୋଇଥିଲେ ।

ତେବେ ୧୪ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.