fbpx

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ଅଭିଯୋଗରେ ପରେ କନେଷ୍ଟବଳ ଗିରଫ

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଦୁଷ୍କର୍ମ ମାମଲୋର ଗିରଫ ହୋଇଛନ୍ତି ପୋଲିସ କେନଷ୍ଟବଳ ସଦାନନ୍ଦ ମାଣ୍ଡିଆ । ଜୟପୁର ଟାଉନ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ନନ୍ଦପୁର ଥାନା ଅନ୍ତଗର୍ତ ଡାବୁଗୁଡା ଗାଁର ସଦାନନ୍ଦ ପୂବର୍ରୁ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଭଳି ସଙ୍ଗୀନ ମାମଲା ତାଙ୍କ ବିରୋଧର ରହିଥିଲା । ସେହି ଘଟଣାରେ ଜୟପୁର ଟାଉନ୍‌ ଥାନା ପୋଲିସ ସଦାନନ୍ଦଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ଅନୁଯାୟୀ, ଅବକାରୀ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇଥିଲେ ସଦାନନ୍ଦ । ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଜୋରଜବରଦସ୍ତ କରି ଶାରୀରିକ ସମ୍ପକର୍ର ରଖିଥେିଲ । କିନ୍ତୁ ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ପ୍ରତାରିତ କରିଥେିଲ । ବିବାହ କରେିବ ନାହିଁ ବୋଲି ସଫାସଫା କହି ଦେଇଥିଲେ । ଅନ୍ୟ କୌଣସି ଚାରା ନଥିବାରୁ ଶେଷରେ ଯୁବତୀ ଜଣକ ବାଧ୍ୟ ହୋଇ ଜୟପୁର ଟାଉନ ଥାନାରେ ଏତଲା ଦେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖରେ କେସ୍‌ ନଂ ୨୨୪/୨୧ରେ ପୋଲିସ ମାମଲା ରୁଜୁ କରିଥିଲା । ଏସ୍‌ଆଇ ସିନ୍ଧାନ୍ତ କୁମାର ବେହେରା ଘଟଣାର ତଦନ୍ତ କରୁଥିବା ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ କହିଛନ୍ତି ।

Get real time updates directly on you device, subscribe now.