(video)ତିରୁମାଲା ମନ୍ଦିର ପରିସରରେ ମୁସଲିମ ବ୍ୟକ୍ତିଙ୍କ ନମାଜ ପାଠ, ବଢ଼ିଲା ବିବାଦ

ପବିତ୍ର ତିରୁମାଲା ମନ୍ଦିର ପରିସରରେ ନମାଜ ପାଠ।

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ମନ୍ଦିର ତିରୁମାଲା ମନ୍ଦିର। ଏହି ପବିତ୍ର ମନ୍ଦିରରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଆଉ ଏହାରି ଭିତରେ ଜଣେ ମୁସଲମାନ ବ୍ୟକ୍ତି ତିରୁମାଲା ମନ୍ଦିର ପରିସରରେ ନମାଜ ପାଠ କରୁଥିବାର ଭିଡ଼ିଓ ଭାଇରାଲ ହୋଇଛି।

ଏହି ଘଟଣାଟି ଗୁରୁବାରର ବୋଲି ଜଣାପଡିଛି। ତେବେ ଧାର୍ମିକ ହିନ୍ଦୁ ମନ୍ଦିର ପରିସରରେ ଜଣେ ମୁସଲମାନ ବ୍ୟକ୍ତି ନମାଜ ପାଠ କରୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ଧାର୍ମିକ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଧାର୍ମିକ ବିବାଦ ସୃଷ୍ଟି କରିଛି।

ଭିଡିଓରେ, ହଜରତ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ପୁରୋହିତ ସଂଘମ ଅଞ୍ଚଳରେ ନମାଜ ପଢୁଥିବାର ଦେଖାଯାଉଥିଲା। ଭିଡିଓ ଭାଇରାଲ ହେବା ପରେ, ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଭିଜିଲାନ୍ସ ଦଳ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଉକ୍ତ ବ୍ୟକ୍ତି ଜଣକ ଜଣେ ଡ୍ରାଇଭର ବୋଲି କୁହାଯାଉଛି। ସେ ମନ୍ଦିରକୁ ହିନ୍ଦୁ ତୀର୍ଥଯାତ୍ରୀଙ୍କ ଏକ ଗୋଷ୍ଠୀ ସହିତ ଯାଇଥିଲେ ବୋଲି ଗଣମାଧ୍ୟମ ସଂସ୍ଥାର ସୂତ୍ରରୁ ପ୍ରକାଶ ପାଇଛି।ରିପୋର୍ଟ ଅନୁସାରେ, ସେହି ବ୍ୟକ୍ତି ପ୍ରାୟ ୧୦ ମିନିଟ୍ ଧରି ନମାଜ ପଢୁଥିଲେ ବୋଲି ଜଣାପଡିଛି।

ଜଣେ ବ୍ୟକ୍ତି ସ୍ଥାନୀୟ ଲୋକଙ୍କଠାରୁ ମନ୍ଦିର ପରିସରରେ ନମାଜ ପାଠ କରିପାରିବେ କି ନାହିଁ ଅନୁମତି ମାଗିଥିଲେ ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କଠାରୁ ଅନୁମତି ପାଇବା ପରେ ହିଁ ସେ ନମାଜ ପାଠ କରିଥିଲେ, ଯିଏ ପରେ ତାଙ୍କର ଭିଡିଓ ଭାଇରାଲ କରିଥିଲେ।

ଯାହାର ତୀବ୍ର ନିନ୍ଦୀ କରିଛି ଭାରତୀୟ ଜନତା ପାର୍ଟି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।