fbpx

ଚର୍ଚ୍ଚାରେ AIMIM ମୁଖ୍ୟ ଅସଦୁଦ୍ଦୀନ ଓୱେସୀ ଟିଟ୍: କହିଲେ ମୁଁ ଟୋପି ପିନ୍ଧିବି, ଦାଢ଼ୀ ରଖିବି ମୋ ଝିଅ ମଧ୍ୟ ହିଜାବ ପିନ୍ଧିବି

ନୂଆଦିଲ୍ଲୀ: ଚର୍ଚ୍ଚାରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ ଟିଟ୍ । ଦେଶରେ ହିଜାବକୁ ନେଇ ବିବାଦ ମଧ୍ୟରେ ଓୱେସୀଙ୍କ ଏହି ଟ୍ୱିଟକୁ ନେଇ ଏବେ ହେଉଛି ଚର୍ଚ୍ଚା । ଏଆଇଏମଆଇଏମ ମୁଖ୍ୟ  ଅସଦୁଦ୍ଦୀନ ଓୱେସୀ ରବିବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ିବଟ କରିଛନ୍ତି । ଏଥିରେ ଏକ ଭିଡିଓ ରହିଛି ଯେଉଁଥିରେ ସେ ଏକ ଜନସଭାରେ କହୁଛନ୍ତି ଯେ ‘ମୁଁ କେବେ କାହାର ଗୁଲାମ ହେବେ ନାହିଁ, ମୁଁ ଟୋପି ପିନ୍ଧିବି, ଦାଢ଼ୀ ମଧ୍ୟ ରଖିବି ଏବଂ ମୋ ଝିଅ ମଧ୍ୟ ହିଜାବ ପିନ୍ଧିବି ।’ ପ୍ରକୃତରେ ଏହି ଭିଡିଓ କେବେର ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ଓୱେସୀଙ୍କ ଏହି ବୟାନକୁ କର୍ଣ୍ଣାଟକର ଏକ କଲେଜରେ ଆରମ୍ଭ ହେଇଥିବା ହିଜାବ ବିବାଦ ସହ ଯୋଡ଼ି ଦେଖାଯାଉଛି । ଏହା ପୂର୍ବରୁ ଫେବୃଆରୀ ୧୩ରେ ଓୱେସୀ ଏକ ଟ୍ୱିଟ କରି ଯେଉଁଥିରେ ସେ ଲେଖିଥିଲେ ‘ଇଂସା’ ଅଲ୍ହା ଦିନେ ହିଜାବୀ ପ୍ରଧାନମନ୍ତ୍ରୀ ହେବେ ।

ପ୍ରକୃତରେ ଦେଶରେ ହିଜାବକୁ ନେଇ ବିବାଦ କର୍ଣ୍ଣାଟକର ଉଡୁପୀର ଏକ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । କଲେଜରେ  ୬ ଜଣ ଛାତ୍ରୀ ହିଜାବ ପିନ୍ଧି କ୍ଲାସକୁ ଆସିଥିଲେ । ଏହାପରେ ଏହି ଭଳି ମାମଲା ଅନ୍ୟ କଲେଜରୁ ମଧ୍ୟ ଆସିଥିଲା । ରାଜ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଲା ଯେଉଁଠାରେ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କଲେଜ ତଥା କ୍ଲାସକୁ ଯିବାକୁ ଅନୁମତି ମିଳିନଥିଲା ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ତେବେ ବର୍ତ୍ତମାନ ଏହି ମାମଲା କୋର୍ଟରେ ରହିଛି ।

Get real time updates directly on you device, subscribe now.