fbpx

ଗ୍ୟାସ ଚୁଲାରେ ରୁଟି ଗରମ କରି ଖାଇଲେ କ୍ୟାନସର ହୋଇପାରେ: ଉଚ୍ଚ ତାପମାତ୍ରା ସୃଷ୍ଟି କରୁଛି କ୍ଷତିକାରକ ପଦାର୍ଥ, ରିସର୍ଚ୍ଚରୁ ମିଳିଲା ଭୟଙ୍କର ତଥ୍ୟ

ନୂଆଦିଲ୍ଲୀ: ରୁଟି ଆମର ଦୈନନ୍ଦିନ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଉତ୍ତର ଭାରତରେ ଅଧିକାଂଶ ଲୋକ ରୁଟି ଖାଇଥାନ୍ତି । ରୁଟି ତିଆରି କରିବା ବହୁତ ସହଜ ହୋଇଥିବା ବେଳେ ସବଜି ବା ଚଟଣୀ ସହିତ ଏହାକୁ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ । ତେବେ ଅନେକ ସମୟରେ କିଛି ଲୋକ ରୁଟିକୁ ବେଲିବା ପରେ ତାହାକୁ ଗ୍ୟାସ ଚୁଲାରେ ସେକିଥାନ୍ତି । ଏହି ସାଧାରଣ ଜିନିଷ କେତେ ଯେ ଭୟଙ୍କର ତାହା ହୁଏତ ଅଧିକାଂଶ ଲୋକ ଜାଣିନଥିବେ ।

ସୂଚନା ମୁତାବକ, ରୁଟିକୁ ନେଇ ରିସର୍ଚ୍ଚରୁ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି । ଗ୍ୟାସ ଚୁଲାରେ ସେକା ଯାଉଥିବା ରୁଟି ଖାଇବା ପରେ କ୍ୟାନସର ପରି ଘାତକ ବିମାରୀ ହୋଇପାରେ । ପରିବେଶ ବିଜ୍ଞାନ ଓ ଟେକ୍ନୋଲୋଜି ନାମକ ଏକ ପତ୍ରିକାରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଯଦି ଆପଣମାନେ ରୁଟିକୁ ଉଚ୍ଚ ତାପମାତ୍ରାରେ ଗ୍ୟାସରେ ସେକୁଛନ୍ତି ତେବେ ସେଥିରୁ କାର୍ସିନୋଜେନିକ ନାମକ ଏକ ପଦାର୍ଥ ସୃଷ୍ଟି ହୋଇଥାଏ । ଏହି କାରଣରୁ ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏଲପିଜି ଗ୍ୟାସ ନାଇଟ୍ରୋଜେନ ଡାଇଅକସାଇଡ କରି କିଛି କ୍ଷତିକାରକ ଗ୍ୟାସ ଉତ୍ସର୍ଜନ କରାଇଥାଏ । ଏହା ଆମର ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ । ଏହା କ୍ୟାନସର ଓ ହୃଦୟ ସମ୍ବନ୍ଧୀୟ ରୋଗର କାରଣ ସାଜିଥାଏ । ଏଥିସହିତ ଉଚ୍ଚ ତାପମାତ୍ରାରେ ଖାଦ୍ୟ ରାନ୍ଧିବା ଫଳରେ ହେଟ୍ରୋସାୟକ୍ଲିକ ଏମାଇନ (ଏଚସିଏ) ଓ ପଲିସାଇକ୍ଲିକ ଏରୋମେଟିକ ହାଇଡ୍ରୋକାର୍ବନ ଉତ୍ପନ ହୋଇଥାଏ । ଏହାକୁ କାର୍ସିନୋଜେନ୍ସ ବୋଲି କୁହାଯାଇଥାଏ ।

ଏଲପିଜି ଗ୍ୟାସରେ ଖାଦ୍ୟ ପ୍ରସ୍ତୁତ କରିବା ଆମର ସ୍ୱାସ୍ଥ୍ୟ ପାଇଁ ଖରାପ ହେବା ସହିତ ପରିବେଶ ଉପରେ ଏହା କୁପ୍ରଭାବ ପକାଇଥାଏ । ଗ୍ୟାସରେ ଖାଦ୍ୟ ରାନ୍ଧିଲେ ବାୟୁ ୫ ଗୁଣ ଅଧିକ ପ୍ରଦୂଷିତ ହୋଇଥାଏ । ତେଣୁ ଏଲପିଜି ବଦଳରେ ଇଣ୍ଡକସନ ବା ବିଜୁଳି ଚୁଲା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.