fbpx

କରୋନା ଉତ୍ପତ୍ତିକୁ ନେଇ ଚୀନକୁ ଧମକ, ଯାଞ୍ଚରେ ସହଯୋଗ କରନ୍ତୁ ନଚେତ୍ ‘ଅନ୍ତରାଷ୍ଟ୍ରୀୟ ଆଇସୋଲେସନ୍’ ପ୍ରସ୍ତୁତ ରୁହ

Advertisement

ୱାଶିଂଟନ୍ : ଘାତକ କରୋନା ମହାମାରୀର ଉତ୍ପତ୍ତି ପ୍ରସଙ୍ଗକୁ ନେଇ ପୂରା ଦେଶର ନଜର ଏବେ ଚୀନ ଉପରେ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ଆମେରିକାର ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିୱନ୍ ରବିବାର ଚାଇନାକୁ ଧମକ ଦେଇ କହିଛନ୍ତି ଯେ, ଯଦି ବେଜିଂ ପକ୍ଷରୁ ଏହି ମାମଲାରେ ସହଯୋଗ ନକରାଯାଏ ତେବେ ଅନ୍ତରାଷ୍ଟ୍ରୀୟ ସବୁଦାୟରେ ଅଲଗା ଅଲଗା ରହିବାକୁ ହେବ । ସହଯୋଗ ନ କଲେ ଚୀନକୁ ବୈଷୟିକ ସ୍ତରରେ ଆଇସୋଲେସନ୍ ରେ ରହିବାକୁ ପଡ଼ିବ । ଜେକ୍ ସୁଲିୱନ୍ ଏକ ଇଣ୍ଟରଭିୟୁରେ ରାଷ୍ଟ୍ରପତି ବାଇଡେନ୍ ଙ୍କ ପଦକ୍ଷେପକୁ ଉଚିତ୍ ବୋଲି କହିଥିଲେ ଏବଂ କହିଥିଲେ ଯେ, ଚୀନକୁ କରୋନାର ଉତ୍ପତ୍ତି ସ୍ଥଳ ଖୋଜିବାରେ ସହଯୋଗ କରିବା ଦରକାର ।

ତେବେ କରୋନା ମହାମାରୀର ଉତ୍ପତି ସ୍ଥଳ ଏପର୍ଯ୍ୟନ୍ତ ରହସ୍ୟ ଭିତରେ ରହିଛି । ଯେହେତୁ ପ୍ରଥମ ମାମଲା ଚୀନରୁ ଚିହ୍ନଟ ହୋଇଛି ତେଣୁ ସମସ୍ତଙ୍କ ସନ୍ଦେହ ଚୀନ ଉପରେ ରହିଛି । ସୁଲିୱନ୍ କହିଥିଲେ ଯେ, “ବାଇଡେନ୍ ୟୁରୋପରେ ପ୍ରଥମ ଥର ପାଇଁ କୋଭିଡ୍ ମହାମାରୀ ପ୍ରସଙ୍ଗରେ ଏକତ୍ରିତ ହୋଇଥିଲେ । ଯାହା ପୂର୍ବତନ ରାଷ୍ଟ୍ରପତି କରିପାରି ନଥିଲେ । କିନ୍ତୁ ରାଷ୍ଟ୍ରପତି ବାଇଡେନ୍ କରି ଦେଖାଇଥିଲେ । ଜି୭ର ସମସ୍ତ ସଦସ୍ୟ ଦେଶରେ ଚୀନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ କହିଥିଲେ ଯେ ଚୀନ, ଯାଞ୍ଚ ଅନୁମତି ଦେବା ଆବଶ୍ୟକ” ।

Get real time updates directly on you device, subscribe now.