fbpx

ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଜାଣନ୍ତୁ କାରଣ

ଜୟପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଜୟପାଟଣାର ରଣମାଲ ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି । ସମ୍ପାଦକ ଯୁବରାଜ ବାଗଙ୍କୁ ନିଲମ୍ବନ କରିଛନ୍ତି ଧର୍ମଗଡ଼ ଏଆରସିଏସ । ଯୁବରାଜଙ୍କ ଦାୟିତ୍ୱହୀତନା ଯୋଗୁଁ ୨ଟି ଧାନ ମଣ୍ଡି ବନ୍ଦ ହୋଇଥିଲା । ଧାନ ବିକ୍ରିରୁ ବଞ୍ଚିତ ୮୭୮ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଚାଷୀଙ୍କ ଅସୁବିଧାକୁ ଦୃଷ୍ଟି ରଖି ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.