କ୍ରିକେଟ୍ କଳିରୁ ହତ୍ୟା, ହେଡ୍ କନଷ୍ଟେବଳକୁ ଗୁଳି କଲେ ସରକାରୀ ଶିକ୍ଷକ

ଉତ୍ତରପ୍ରଦେଶ: କ୍ରିକେଟ୍ ଖେଳରୁ ମହାଭାରତ। ହେଡ୍ କନଷ୍ଟେବଳଙ୍କୁ ଗୁଲି କରି ମାରିଦେଲେ ସରକାରୀ ସ୍କୁଲ ଶିକ୍ଷକ। ଗାଁରେ କ୍ରିକେଟ୍ ଖେଲ ହେଉଥିବା ବେଳେ ଲାଗିଥିଲେ ଝଗଡ଼ା। ଆଉ ସେହି ରାଗରେ ଗୁଳି କରି ମାରିଦେଲେ।

ଆଉ କନଷ୍ଟେବଳଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଖୋଜିବା ପାଇଁ ଚେଷ୍ଟା କରିବା ବେଳେ ଜଙ୍ଗଲ ଭିତରେ ପୋଲିସ ଏବଂ ଅଭିଯୁକ୍ତ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା।

ପୋଲିସକୁ ଗୁଳି: ଘଟଣାଟି ହେଉଛି ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଖେକ୍ରା ଥାନା ଅଞ୍ଚଳର ସୁନହେଡା ଗାଁର ବୋଲି ଜଣାପଡ଼ିଛି। ଏଠାରେ ମୃତ ହେଡ୍ କନଷ୍ଟେବଲ୍ ଙ୍କ ନାମ ଅଜୟ, ଯାହାକୁ ଜଣେ ସରକାରୀ ଶିକ୍ଷକ ଗୁଳି କରିଥିଲେ।

ଏହି ଚାଞ୍ଚଲ୍ୟକର ହତ୍ୟା ପାଇଁ ସେହି ଗାଁର ଏକ ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ମୋହିତଙ୍କୁ ଦାୟୀ କରାଯାଇଛି। ସୂଚନା ଅନୁଯାୟୀ, ଅଜୟ ଏବଂ ମୋହିତ ଉଭୟ ସହାରନପୁରରେ ପୋଷ୍ଟିଂ କରିଥିଲେ।

କିଛି ଦିନ ପୂର୍ବରୁ ଗାଁରେ କ୍ରିକେଟ୍ ଖେଳିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା, ଯାହା ପରେ ମୋହିତ ଅଜୟଙ୍କୁ ହତ୍ୟା କରିଥିଲେ।

ଅଭିଯୁକ୍ତ ଫେରାର: ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ହେଡ୍ କନଷ୍ଟେବଳଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରୋଧ ଦେଖି ଉଚ୍ଚ ଅଧିକାରୀମାନେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହତ୍ୟା ପରେ ଅଭିଯୁକ୍ତ ଶିକ୍ଷକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ସେହି ସମୟରେ ପୋଲିସ ଫେରାର୍ ଅଭିଯୁକ୍ତ ଶିକ୍ଷକ ମୋହିତଙ୍କୁ ଖୋଜାଖୋଜି ଜୋରଦାର କରିଥିଲା। ମଙ୍ଗଳବାର ସକାଳେ ଖେକ୍ରା କୋତୱାଲି ଅଞ୍ଚଳର ସୁନହେଡା ଗାଁର ଜଙ୍ଗଲରେ ପୋଲିସ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା।

ଏହି ଏନକାଉଣ୍ଟରରେ ଶିକ୍ଷକ ମୋହିତଙ୍କ ଉଭୟ ଗୋଡରେ ଗୁଳି ବାଜିଥିଲା। ଆହତ ଅଭିଯୁକ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟର ସମୟରେ ପୋଲିସ ଅଭିଯୁକ୍ତଙ୍କଠାରୁ ଘଟଣାରେ ବ୍ୟବହୃତ ପିସ୍ତଲ ଏବଂ କାର୍ଟ୍ରିଜ୍ ମଧ୍ୟ ଜବତ କରିଛି।

ଏନକାଉଣ୍ଟର: ଘଟଣା ସମ୍ପର୍କରେ ପୋଲିସ ଅଧିକ୍ଷକ (ଏସପି) ବାଗପତ ସୁରଜ କୁମାର ରାୟ କହିଛନ୍ତି ଯେ ଅଭିଯୁକ୍ତ ହେଡ୍ କନଷ୍ଟେବଳ ଅଜୟଙ୍କୁ ଜାଣିଶୁଣି ହତ୍ୟା କରିଛି।

ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେ କହିଛନ୍ତି ଯେ ଏନକାଉଣ୍ଟର ପରେ ହତ୍ୟା ଅଭିଯୁକ୍ତକୁ ଧରାଯାଇଛି, ତା’ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

ଆଇନଗତ ପ୍ରକ୍ରିୟା ଚାଲିଛି, ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରାଧୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିବ।