fbpx

Video: “ମୋ ପିଠିରେ ଗୋଟେ ୨ କିଲୋର ପଥର ପଡିଲା ,ମୁଁ ଜୋତା ଖୋଲି ସେଠୁ ଆସିଲି “

ବାଲେଶ୍ୱର: ଶୁକ୍ରବାର କାଳ ରାତିରେ ଘଟିଥିବା କରମଣ୍ଡଳ ଦୁର୍ଘଟଣା ସମଗ୍ର ଦେଶକୁ କନ୍ଧାଇବାକୁ ବାଧ୍ୟ କରିଛି। ଏହି ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଚିକତ୍ସା ହେଉଛନ୍ତି। ତେବେ ଇଣ୍ଟର ଲକିଂ ସିଷ୍ଟମରେ ତ୍ରୁଟି କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ରେଲୱେ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ଦୋଷୀକୁ ଧରିବା ପାଇଁ ରେଲୱେ ବୋର୍ଡ ସିବିଆଇ ତଦନ୍ତ ସୁପାରିଶ କରିଛି। ଏହାରି ମଧ୍ୟରେ ଘଟଣା ଦିନ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ଭାଗବତ ପ୍ରସାଦ ରଥ ନାମକ ଜଣେ ବ୍ୟକ୍ତି ଏହି ଘଟଣାବଳୀକୁ ସମ୍ପୂର୍ଣ୍ଣ ବର୍ଣ୍ଣନା କରିଛନ୍ତି।

ତେବେ ସେଦିନର ଏହି ଘଟଣା ପରେ ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ମେଡିକାଲରେ ନିଜର ପ୍ରିୟଜନଙ୍କ ମୃତଦେହକୁ ଦେଖି ଲୁହର ସାଗରକୁ ଅଟକାଇ ପାରୁନାହାନ୍ତି ପରିବାର ଲୋକେ। ଲୋକମାନେ ଏବେ ଫଟୋ ଦେଖି ସେମାନଙ୍କର ପ୍ରିୟଜନଙ୍କ ମୃତଦେହକୁ ଚିହ୍ନଟ କରୁଛନ୍ତି।

 

Get real time updates directly on you device, subscribe now.