fbpx

ବଡ ଖବର! ହାର୍ଦ୍ଦିକ ପାଣ୍ଡ୍ୟା ନେଇପାରନ୍ତି ଅବସର: ଷ୍ଟାର ଅଲରାଉଣ୍ଡରଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆରମ୍ଭ ହୋଇଛି ଏକ ବଡ ଚର୍ଚ୍ଚା । ଭାରତୀୟ ଲିମିଟେଡ ଓଭର ଦଳର ଆଗାମୀ ଅଧିନାୟକ କୁହାଯାଉଥିବା ହାର୍ଦ୍ଦିକ ନେଇପାରନ୍ତି ଅବସର । ୨୦୧୮ରୁ ଆରମ୍ଭ ହୋଇଥିବା ପିଠି ଯନ୍ତ୍ରଣା ଯୋଗୁଁ ସେ କ୍ରିକେଟର ଏକ ଫର୍ମାଟରୁ ବିଦାୟ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏ ନେଇ ସାଉଥ ଆଫ୍ରିକାର ଅଲରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ବୟାନ ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସନ୍ନ୍ୟାସ ନେଇପାରନ୍ତି ସେ ବୟାନ ଦେଇଛନ୍ତି ।

IND vs ZIM ODI LIVE: Lance Klusner says Hardik Pandya WORLD's best: Check  OUT

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଏକ ବଡ ବୟାନ ଦେଇଛନ୍ତି କ୍ଲୁଜନର । ସେ କହିଛନ୍ତି ଯେ, ହାର୍ଦ୍ଦିକ ଜଣେ ସର୍ବଶ୍ରେଷ୍ଠ ଫାଷ୍ଟ ବୋଲିଂ ଅଲରାଉଣ୍ଡର । କିନ୍ତୁ ୱାର୍କଲୋଡ ମ୍ୟାନେଜମେଣ୍ଟ ଯୋଗୁଁ ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇ ପାରନ୍ତି । ଏହାବ୍ୟତୀତ ନିଜ କ୍ୟାରିୟରରେ ସେ ଅନେକ ଆଘାତ ସମସ୍ୟାକୁ ସେ ସାମନା କରିଛନ୍ତି ଏବଂ ଶେଷ ଥର ୨୦୧୮ରେ ସେ ଭାରତ ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହାପରଠାରୁ ସେ କେବଳ ସୀମିତ ଓଭର କ୍ରିକେଟ ହିଁ ଖେଳୁଛନ୍ତି, ତେଣୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରୁ ମଧ୍ୟ ସେ ନିଜକୁ ଦୂରେଇ ରଖିଛନ୍ତି । ହାର୍ଦ୍ଦିକ କହିଥିଲେ ଯେ, ଭାରତକୁ ଏହି ଫାଇନାଲରେ ପହଞ୍ଚାଇବାରେ ତାଙ୍କର କୌଣସି ଅବଦାନ ନାହିଁ । ତେଣୁ ଅଚାନକ ଫାଇନାଲରେ କୌଣସି ଖେଳାଳିଙ୍କ ସ୍ତାନ ନେବା ଅନୁଚିତ ବୋଲି କହି ସେ ଫାଇନାଲ ମ୍ୟାଚରେ ଖେଳିବା ପାଇଁ ମନା କରି ଦେଇଛନ୍ତି । ଏହାବ୍ୟତୀତ ସେ ଟେଷ୍ଟ ଖେଳିବା ପାଇଁ ସମ୍ପୂର୍ଣ୍ଣର୍ ଫିଟ୍ ନାହାନ୍ତି ବୋଲି ମଧ୍ୟ କହିଥିଲେ ।

Former India captain Virender Sehwag believes star all-rounder Hardik Pandya  will be a key player for India in Tests

୨୦୧୮ ମସିହାରେ ପିଠି ଯନ୍ତ୍ରଣା ଯୋଗୁଁ କ୍ରିକେଟରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୂରରେ ରହିଥିଲେ ହାର୍ଦ୍ଦିକ । ଏହାପରେ ୨୦୨୧ରେ ମଧ୍ୟ ଏହି ସମସ୍ୟା ତାଙ୍କୁ ଦଳରୁ ଦୂରେଇ ରଖିଥିଲା । କିନ୍ତୁ ଆଇପିଏଲ-୨୦୨୨ରେ ସେ ଏକ ଦମଦାର କମବ୍ୟାକ କରିଥିଲେ । ଷ୍ଟାର ଅଲରାଉଣ୍ଡରର ଭୂମିକାରେ ପରିଚିତ ହାର୍ଦ୍ଦିକ ନୂଆ ଅବତାରରେ ଜଣେ ଅଧିନାୟକ ଭାବରେ ଏଣ୍ଟ୍ରି କରିଥିଲେ କ୍ରିକେଟ ମଇଦାନକୁ । ତେବେ ଏହପରେ ତାଙ୍କୁ ପ୍ରାୟତଃ ଦିନିକିଆ ଏବଂ ଟି-୨୦ ସିରିଜରେ ଖେଳୁଥିବାର ଦେଖାଯାଇଛି । ତେଣୁ ହାର୍ଦ୍ଦିକ ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ବିଦାୟ ନେଇ ପାରନ୍ତି ବୋଲି କହିଛନ୍ତି ଲାନ୍ସ କ୍ଲୁଜନର ।

Get real time updates directly on you device, subscribe now.