fbpx

୩୦ ବର୍ଷର ସାଥୀକୁ ହରାଇ ଭୋ ଭୋ ହୋଇ କାନ୍ଦିଲେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥାଏ ଏବଂ ଅନ୍ୟ କିଛି ଭିଡିଓ ହୃଦୟସ୍ପର୍ଶୀ ହୋଇଥାଏ । ସେଭଳି କିଛି ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ନିଜ ଇମୋସନ୍ ସମ୍ଭାଳି ପାରିବେନି । ଯେଉଁଥିରେ ଜଣେ ବସ୍ ଡ୍ରାଇଭର ଚାକିରିର ଶେଷ ଦିନରେ କାନ୍ଦୁଥିବା ଦେଖାଯାଉଛି । ଏହି ଭିଡିଓ ତାମିଲନାଡୁର ମଦୁରାଇ ଜିଲ୍ଲାର ବୋଲି କୁହାଯାଉଛି । ଯେଉଁଥିରେ ଅବସର ନେବା ସମୟରେ ଡ୍ରାଇଭର ସରକାରୀ ବସ୍ କୁ ଆଲିଙ୍ଗନ କରି କାନ୍ଦୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ବସ୍ ଡ୍ରାଇଭରଙ୍କ ଲୁହ ଦେଖି ଆପଣ ନିଶ୍ଚିତ ଭାବରେ ଭାବପ୍ରବଣ କରିବ ।

 

View this post on Instagram

 

A post shared by Sach Kadwa Hai (@sachkadwahai)

ଏହି ହୃଦୟସ୍ପର୍ଶୀ ଭିଡିଓ ଦେଖିଲା ପରେ ଲୋକମାନେ ଭାବବିହ୍ୱଳ ହୋଇପଡିଛନ୍ତି । ଭିଡିଓରେ ୬୦ ବର୍ଷୀୟ ବସ ଡ୍ରାଇଭର ନାମ ମୁଥୁପଣ୍ଡି ବୋଲି କୁହାଯାଉଛି । ଯିଏକି ଜଣେ ସରକାରୀ ବସ୍ ଡ୍ରାଇଭର । କିନ୍ତୁ ତାଙ୍କର ଅବସର ନେବାର ସମୟ ଆସିଯାଇଛି । କାର୍ଯ୍ୟର ଶେଷ ଦିନରେ ସେ ବସକୁ ଧରି ଛୋଟ ପିଲା ଭଳି ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.