fbpx

ଚାଲିଗଲେ ବିଗ୍ ବି ଙ୍କ ଅନ୍ ସ୍କ୍ରିନ୍ ମାଆ ; ୯୪ ବର୍ଷ ବୟସରେ ବିୟୋଗ

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି । ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ମାଆ ଆଉ ଦୁନିଆରେ ନାହାଁନ୍ତି । ବର୍ଷୀୟାନ ଅଭିନେତ୍ରୀ ସୁଲୋଚାନା ଲାଟକରଙ୍କ ଦେହାନ୍ତ ହୋଇଛି। ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିକଟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡିତ ଥିଲେ ।

ପଦ୍ମଶ୍ରୀ ପୁରସ୍କୃତ ହୋଇଥିବା ସୁଲୋଚାନା କେବଳ ହିନ୍ଦୀ ଚଳଚ୍ଚିତ୍ରରେ ନୁହେଁ, ମରାଠୀ ସିନେମାରେ ମଧ୍ୟ ତାଙ୍କ ଅବଦାନ ଅନେକ ରହିଛି । ତାଙ୍କର ଶେଷକୃତ୍ୟ ୫ ଜୁନ୍ ଅର୍ଥାତ୍ ଆସନ୍ତାକାଲି ସୋମବାର ହେବ । ସମସ୍ତ କଳାକାରମାନେ ତାଙ୍କ ଘରେ ତାଙ୍କର ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ।

ସୁଲୋଚାନାଙ୍କୁ ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ମାଆ କୁହାଯାଉଥିଲା। ଉଭୟ ସୁପରଷ୍ଟାରଙ୍କ ସହ ଅନେକ ଚଳଚ୍ଚିତ୍ରରେ ମାଆ ଭୂମିକାରେ ଅଭିନୟ କରିଛନ୍ତି । ପ୍ରାୟ ୨୫୦ ହିନ୍ଦୀ ଏବଂ ୫୦ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.