fbpx

ରାଜ୍ୟ ସରକାର ଦେଲେ ଉପହାର: ଓଡିଶାରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ଭିତରେ ଓଡିଶା ସରକାର ଏକ ବଡ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗକୁ ଯିବା ପାଇଁ ଯାତ୍ରୀମାନଙ୍କ ମାଗଣା ବସ୍ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ, କଟକ ଏବଂ ଭୁବନେଶ୍ୱରରୁ ଏହି ମାଗଣା ସେବା ପାଇପାରିବେ ଯାତ୍ରୀ । ଏହି ଯାତାୟତ ପାଇଁ ଯେଉଁ ଖର୍ଚ୍ଚ ହେବ, ତାହା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ବହନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହା ଯୋଗୁଁ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ପାଇଁ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ବସ ସେବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏହି ସେବା ପାଇଁ ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବାଲେଶ୍ୱର ରେଳ ଲାଇନରେ ଯାତାୟତ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଲକାତାକୁ ମାଗଣା ବସ୍ ଚଳାଚଳ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ଓଡିଶା ରାଜ୍ୟ ଏବଂ ପରିବହନ ନିଗମ(OSRTC)କୁ ଅନୁମତି ପ୍ରଦାନ କରାଯାଇଛି । ଏହାବ୍ୟତୀତ କୋଲକାତା ଯିବା ପାଇଁ ଟିକେଟ କରି ସାରିଥିବା ଯାତ୍ରୀମାନେ ବସ ଷ୍ଟାଣ୍ଡରେ ଟିକେଟ ଫେରାଇ ଦେଇ ପାରିବେ ।

OSRTC buses resume service in Koraput dist- The New Indian Express

ତେବେ ଏହି ସେବା ସମ୍ବନ୍ଧିତ କୌଣସି ତଥ୍ୟ ପାଇବା ପାଇଁ ହେଲପଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ହେଲ୍‌ପଲାଇନ୍‌ ନମ୍ବରଗୁଡ଼ିକ ହେଲା ୮୮୯୫୭୫୪୨୬୨ (ଭୁବନେଶ୍ବର ବସ୍‌ ସଂଘ), ୯୮୬୧୦୯୫୭୬୨ (ପୁରୀ ବସ୍‌ ସଂଘ), ୯୪୩୯୨୨୨୪୪୪ (ରାଜଧାନୀ ବସ୍‌ ମାଲିକ ସଂଘ) ଓ ୭୦୦୮୩୨୧୩୯୯ ଏବଂ ୯୪୩୭୦୦୦୭୪୯ (କଟକ ବସ୍‌ ସଂଘ) । ସେହିପରି ହେଲପାଲାଇନ ଜରିଆରେ ଯାତ୍ରୀମାନେ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ସହ ମଧ୍ୟ ଯୋଗାଯୋଗ କରିପାରିବେ । ଏଥିପାଇଁ ୯୪୩୭୯୪୦୩୯୯ (କଟକ), ୯୯୩୭୫୨୩୦୩୪ (ପୁରୀ), ୯୪୩୮୧୫୫୯୯୯ (ଭୁବନେଶ୍ବର-୧) ଓ ୯୪୩୮୫୩୩୦୦୦ (ଭୁବନେଶ୍ବର-୨) ନମ୍ବର ଜାରି କରିଛନ୍ତି ଓଡିଶା ସରକାର ।

Get real time updates directly on you device, subscribe now.