fbpx

Video: ଇଣ୍ଟର ଲକିଂ ସିଷ୍ଟମ୍ ସଜାଡ଼ିବାକୁ ପୂର୍ବରୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁ ବାରଣ କରିଥିବା ବେଳେ ଦୁର୍ଘଟଣା ପଛର କାରଣ ସାମ୍ନାକୁ ଆସିଛି। ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସୂଚନା ଦେଇଛନ୍ତି ଯେ, ଇଣ୍ଟର-ଲକିଂ ସିଗନାଲ ବିଫଳତା କାରଣରୁ ଏତେବଡ଼ ଦୁର୍ଘଟଣା ଘଟିଯାଇଛି। ଆଉ ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ତାକୁ ଧରିବା ପାଇଁ ସିବିଆଇ ତଦନ୍ତ ସୁପାରିଶ କରିଛି ରେଲୱେ ବୋର୍ଡ।

ତେବେ ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କଂଗ୍ରେସ ସାଂସଦ ‘ଶକ୍ତିସିହ୍ନ ଗୋହିଲ’ ବଡ ଦାବି କରିଛନ୍ତି। ସେ ଏକ ଚିଠି ଦେଖାଇ ଦାବି କରିଛନ୍ତି ଯେ, ଫେବୃଆରୀ ୯ ରେ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ‘ସାଉଥ ୱେଷ୍ଟର୍ନ ରେଲୱେ ହେଡକ୍ଵାଟର’କୁ ଏକ ଚିଠିରେ ଲେଖି ଇଣ୍ଟର-ଲକିଂ ସିଗନାଲକୁ ନିୟମିତ ସଜାଡ଼ିବା(ମେଣ୍ଟେନାନ୍ସ)  ଆବଶ୍ୟକ ବୋଲି କହିଥିଲେ । କିନ୍ତୁ ବିଭାଗ ଏହି ଚିଠିକୁ ଆଦୌ ଗୁରୁତ୍ୱ ଦେଇ ନାହାଁନ୍ତି। ଯାହା ଫଳରେ ଆଜି ଏତେ ବଡ଼ ଦୁର୍ଘଟଣା ଘଟିଯାଇଛି।

ଏବେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯଦି ରେଲୱେର ବରିଷ୍ଠ ଅଧିକାରୀ ପୂର୍ବରୁ ଏହି କଥା ଜାଣିଥିଲେ, ତେବେ ଏଥିପ୍ରତି କାହିଁକି ସଜାଗ ହେଲା ନାହିଁ ରେଲୱେ ବିଭାଗ। ନାଁ ସବୁକିଛି ଜାଣି ଅଣଦେଖା କରିଦିଆଯାଇଥିଲା। କେଉଁ ଅଧିକାରୀଙ୍କ ଅଣଦେଖା କାରଣରୁ ଘଟିଗଲା ଏତେବଡ ଦୁର୍ଘଟଣା। ତେବେ ରେଲୱେ ମନ୍ତ୍ରୀ ଏ ଚିଠି ବିଷୟରେ ଅବଗତ ଥିଲେ କି ନାହିଁ ? ଆଉ ଏବେ ଏତେ ବଡ଼ ଦୁର୍ଘଟଣାର ଦୋଷୀ କିଏ ? ତେବେ କଂଗ୍ରେସ ନେତାଙ୍କ ଏହି ଦାବି ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ ରେଲୱେ ମନ୍ତ୍ରାଳୟ।

 

Get real time updates directly on you device, subscribe now.