fbpx

ପ୍ରତି ମାସରେ ରୂପ ବଦଳାଉଛି କରୋନା: ଏମ୍ସ

ଭୁବନେଶ୍ୱର, ୨୬ା୧୨ (ଓଡିଶା ଭାସ୍କର): ମାସକରେ ହାରାହାରି ଦୁଇଥର କରୋନା ରୂପ ବଦଳାଉଥିବା ଜଣାପଡ଼ିଛି । କରୋନା ଷ୍ଟ୍ରେନକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

କରୋନାର ଗୁଣସତ୍ତା ପରିବର୍ତ୍ତନ ଚିନ୍ତାଜନକ ନୁହେଁ ବୋଲି କୁହାଯାଇଛି । ତେବେ କରୋନାର ଏହି ନୂଆ ଷ୍ଟ୍ରେନ ପାଇଁ ଚିକିତ୍ସା ପ୍ରଣାଳୀ ପୂର୍ବ ପରି ସମାନ ରହିବ ବୋଲି କୁହାଯାଇଛି । କରୋନା ପାଇଁ ତିଆରି ହୋଇଥିବା ଭ୍ୟାକସିନ ନୂଆ ଷ୍ଟ୍ରେନ ପାଇଁ ବି କାମ ଦେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.