fbpx

କାଲିଠୁ ମେ’ ୩ ପର୍ଯ୍ୟନ୍ତ ରାଜଧାନୀରେ ଲକ-ଡାଉନ୍‌, ଡିଏମଙ୍କ ନିର୍ଦ୍ଦେଶ

Advertisement

ଡେରାଡୁନ୍‌,୨୫ ।୪: ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ଥମିବା ବଦଳରେ ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଡେରାଡୁନରେ ଲଗାତାର ଭାବେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କରୋନା କର୍ଫ୍ୟୁର ଅବଧି ୨୬ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ଡେରାଡୁନର ଡିଏମ୍ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନର ଆଦେଶ ମୁତାବକ, ୨୬ ଏପ୍ରିଲ ସନ୍ଧ୍ୟା ୭ ଟାରୁ ମେ’ ୩ ସକାଳ ପର୍ଯ୍ୟନ୍ତ ଡେରାଡୁନରେ କର୍ଫ୍ୟୁ ଜାରିରହିବ । ଏହି ସମୟ ମଧ୍ୟରେ ବେସରକାରୀ ଯାନବାହନ ଚଳାଚଳରେ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ ଲାଗିବ । ଏହି ନିର୍ଦ୍ଦେଶ ଅନୁଯାୟୀ, ମ୍ୟୁନିସିପାଲିଟି କର୍ପୋରେସନ୍‌, କ୍ୟାଣ୍ଟନମେଣ୍ଟ କାଉନସିଲ୍ କ୍ୟାଣ୍ଟ, କ୍ଲେମୋଣ୍ଟ ଟାଉନ୍ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯିବ ।

ତେବେ ଉତ୍ତରଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୩୬୮ ଟି ନୂଆ କରୋନା ମାମଲା ରୁଜୁ ହୋଇଛି । ଏଥି ସହିତ, ୧,୭୪୮ ଲୋକ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି । ବିଭାଗ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାର ସକ୍ରିୟ ମାମଲା ୩୫୮୬୪ ରହିଛିି ।

Get real time updates directly on you device, subscribe now.