fbpx

ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କରୋନା ପଜିଟିଭ ଚିହ୍ନଟ; କେନ୍ଦ୍ର ଗୃହମନ୍ତ୍ରୀ ବି ଥିଲେ ସାଥିରେ

ଗୁଜୁରାଟ ୨୪ । ୪ (ଓଡିଶା ଭାସ୍କର) : ଦେଶରେ ଦ୍ରୁତ ବେଗରେ ବଢୁଥିବା କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି । ସେପଟେ କରୋନାର ଦ୍ୱିତୀୟ ଲହର ଅଧିକ କ୍ଷତିକାରକ ହୋଇ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଚାଲିଛି । ଏନେଇ ଆଜି ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ଦୁଇ ଦିନ ମଧ୍ୟରେ ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସୂଚନା ଅନୁସାରେ ଦୁଇ ଦିନ ହେବ ଗୃହମନ୍ତ୍ରୀ ଅମିତ ଶାହ ଅହମଦାବାଦରେ ଅଛନ୍ତି । ତାଙ୍କ ସମ୍ପର୍କରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ଏଥିସହ ଆଜି ଗୃହମନ୍ତ୍ରୀ ଅକ୍ସିଜେନ୍ ପ୍ଲାଣ୍ଟର ଉଦଘାଟନରେ କରି ଥିବା ବେଳେ ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ସାମିଲ ହୋଇଥିଲେ । ଏବେ ସେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ତାଙ୍କୁ ୟୁଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହେବା ପରେ ଗତ କିଛି ଦିନ ହେବ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ କରୋନା ପଜିଟିଭ ନେଇ ଆଶଙ୍କା ରହିଛି ।

Get real time updates directly on you device, subscribe now.