fbpx

ଭାରତରେ ବଢୁଛି କରୋନାର ନୂଆ ଭାରିଆଣ୍ଟର ପ୍ରଭାବ, କେରଳ ପରେ ଏହି ରାଜ୍ୟରେ ଜାରି ହେଲା ଆଡଭାଇଜରୀ

ବେଙ୍ଗାଲୁର: ଦେଶରେ ପୁଣି ଥରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ମଧ୍ୟରେ ୩୩୫ ନୂଆ କେସ୍ ଦେଖିବାକୁ ମିଳିଛି । ଏହା ସହିତ ଉତ୍ତରପ୍ରଦେଶ ଓ କେରଳରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ କେରଳରେ ଏହାର ପ୍ରଭାବ ଦେଖାଇଥିବା ବେଳେ ଦେଶର ସମସ୍ତ ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁରକ୍ଷାକୁ ବଢାଇ ଦିଆଯାଇଛି । କେରଳରେ ସବୁଠାରୁ ଘାତକ ଭାରିଆଣ୍ଟ ଠାବ କରାଯାଇଛି । କେରଳରେ ଅବସ୍ଥାକୁ ଦେଖି କର୍ଣ୍ଣାଟକ ସରକାର ମଧ୍ୟ ଆଡଭାଇଜରୀ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ପ୍ରଦେଶର ସମସ୍ତ ବରିଷ୍ଠ ନାଗରିକ ଓ ଅନ୍ୟ ରୋଗରେ ପୀଡିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ରବିବାର କରୋନାର ନୂଆ ୩୩୫ କେସ୍ ସାମ୍ନାକୁ ଆସିଛି । ଏହାସହିତ ଉତ୍ତରପ୍ରଦେଶରେ ଜଣେ ଓ କେରଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନାର ସକ୍ରିୟ କେସ୍ ୧୭୦୦ରୁ ଅଧିକ ରହିଛି । କେରଳରେ ଚିହ୍ନଟ କରାଯାଇଥିବା ନୂଆ ଭାରିଆଣ୍ଟ ପ୍ରଥମେ ସିଙ୍ଗାପୁରରେ ଓ ପରେ ଆମେରିକା ଚୀନ୍‌ରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢାଇ ଦେଇଥିଲା । ପଡୋଶୀ ରାଜ୍ୟରେ କରୋନା କେସ୍ ବଢୁଥିବା ଦେଖି କର୍ଣ୍ଣାଟକ ସରକାର ମଧ୍ୟ ଆଡଭାଇଜରୀ ଜାରୀ କରିଛନ୍ତି ।

Get real time updates directly on you device, subscribe now.