fbpx

ଦୁଇଟି ଗାଁରେ କରୋନା କହର: ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ

ଆଗ୍ରା, ୧୧ା୫ (ଓଡିଶା ଭାସ୍କର): ଆଗ୍ରାରେ ଦୁଇଟି ଗ୍ରାମରେ କରୋନାର କହର ଦେଖିବାକୁ ମିଳିଛି । ଲକ୍ଷଣ ଦେଖାଯିବାର ୨୦ ଦିନ ମଧ୍ୟରେ ୬୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ଲକ୍ଷ୍ୟ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କର କରୋନା ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗ୍ରାଠାରୁ ପ୍ରାୟ ୪୦ କିମି ଦୂର ଏତ୍ମାଦପୁରର କୁରଗାଓଁ ଗ୍ରାମରେ ଏହି ଘଟଣା ଘଟିଛି । ଉକ୍ତ ଗ୍ରାମର ଲୋକଙ୍କ ଠାରେ ପ୍ରଥମେ ଥଣ୍ଡା ଦେଖା ଦେଇଥିଲା ଓ ପରେ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ୨୦ ଦିନ ମଧ୍ୟରେ ୧୪ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଅନ୍ୟ ଏକ ଗାଁ ବମରୌଲିରେ ବର୍ତ୍ତମାନ ସୁଦ୍ଧା ୫୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ଶ୍ୱାସ ସମସ୍ୟା ଦେଖାଦେଉଛି । ତା’ପରେ ମୃତ୍ୟୁ ଘଟୁଛି ବୋଲି ଗ୍ରାମର ସଭାପତି କହିଛନ୍ତି ।

Get real time updates directly on you device, subscribe now.