fbpx
BSKY
BJD SHG SKY
BJD MC SKY

ଗାଜା ଷ୍ଟ୍ରିପରେ ସଂଘର୍ଷ: ୨୦ ଜଣଙ୍କ ମୃତ୍ୟୁ

ଜେରୁଜେଲମ୍, ୧୧ା୫ (ଓଡିଶା ଭାସ୍କର): ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏକ ଭୟଙ୍କର ରକ୍ତପାତ ଘଟିଛି । ଗାଜା ଷ୍ଟ୍ରିପରେ ଘଟିଥିବା ଏହି ସଂଘର୍ଷରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ମୃତଙ୍କ ମଧ୍ୟରେ ୯ ଜଣ ଶିଶୁ ରହିଛନ୍ତି । ପୂର୍ବ ଜେରୁଜେଲମରେ ବଢ଼ୁଥିବା ହିଂସାକୁ ଲକ୍ଷ୍ୟ ରଖି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ବୈଠକ ଡକାଯାଇଥିଲା । ଇସ୍ରାଏଲକୁ ସଂଯମ ରକ୍ଷା କରିବା ସହ ଐତିହାସିକ ସ୍ଥାନଗୁଡ଼ିକ ସମ୍ମାନ ଦେବାକୁ ବୈଠକରେ କୁହାଯାଇଥିଲା । ତେବେ ଏହି ହଂସାକୁ ନେଇ ସୁରକ୍ଷା ପରିଷଦର ୧୫ ଜଣ ସଦସ୍ୟ ରାଷ୍ଟ୍ର ଚିନ୍ତାବ୍ୟକ୍ତ କରିଛନ୍ତି ବୋଲି ପରିଷଦର କୂଟନୀତିଜ୍ଞଙ୍କ ସୂତ୍ରରୁ ଜଣାଯାଇଛି ।

Get real time updates directly on you device, subscribe now.