fbpx

ଏଣିକି ବୁଲିବ କରୋନା ଟେଷ୍ଟିଂ ଭ୍ୟାନ୍

ଭୁବନେଶ୍ୱର,୨୭ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡି ଚାଲିଛି କରୋନା ମହାମାରୀ । ଟେଷ୍ଟିଂ ହେଇପାରୁନଥିବାରୁ ଅନେକ ମାମଲା ସାମ୍ନାକୁ ଆସିବାକୁ ବିଳମ୍ବ ହେଉଛି । ଏନେଇ ଅଗଷ୍ଟରୁ ଦୈନିକ ୧୫ ହଜାର କରୋନା ନମୁନା ପରୀକ୍ଷା ହେବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ କରୋନା ପିକରେ ରହିଛି । ମୋବାଇଲ ଭ୍ୟାନରେ କରୋନାର ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବ । ଆଣ୍ଟିଜେନ ଟେଷ୍ଟ ନେଇ ପ୍ରସ୍ତାବ ରହିଛି । ଏବେ ଗଞ୍ଜାମରେ ମୋବାଇଲ ଭ୍ୟାନରେ ଆଣ୍ଟିଜେନ ଟେଷ୍ଟ ହେଉଛି ବୋଲି ଅଜୟ କହିଛନ୍ତି ।

Get real time updates directly on you device, subscribe now.