fbpx

ଦିନକରେ ଆଉ ୫୭୭ ଜଣଙ୍କ ଜୀବନ ନେଲା କୋରୋନା

ନୂଆଦିଲ୍ଲୀ,୭।୧୧: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୮୦କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୫ ଲକ୍ଷ ୧୬ ହଜାର ୬୩୨ ଜଣ ଚିକିତ୍ସିତ ହେଉଥିବା ବେଳେ ୭୮ ଲକ୍ଷ ୧୯ ହଜାର ୮୮୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.