ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୬୨ ହଜାର ୩୮୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୯ ଲକ୍ଷ ୬୨ ହଜାର ୯୩୯କୁ ବୃଦ୍ଧି ପାଇଛି । ମୋଟ ୧୬ କୋଟି ୭୫ ଲକ୍ଷ ୪୪ ହଜାର ୮୦୭ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୧୪ ଲକ୍ଷ ୫୫ ହଜାର ୭୪୭ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୭୯ ହଜାର ୨୦୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ତେବେ କରୋନା ପ୍ରଭାବିତ ୨୨୨ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୦ ହଜାର ୨୩୪ରେ ପହଞ୍ଚିଛି । ବିଶ୍ୱର କୋଭିଡ ସଂକ୍ରମଣରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।