fbpx
BSKY SKY
BSKY SKY

ଅଫିସରେ ଦିଆଯିବ କରୋନା ଟିକା

BSKY

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମଚାରୀଙ୍କର ଟିକାକରଣ ହୋଇଛି । ଏହା ପରେ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରରେ ଟିକା ରୁମ୍ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କୁ ଟିକା ଦିଆଯିବ । ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଡାଟା ବେସ୍ ପ୍ରସ୍ତୁତ କରାଯାଇଛି । ୬ ତାରିଖରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ । ୩ ସପ୍ତାହ ଭିତରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିଛି । ଏହା ସହ ୮୩ ହଜାର ୫୦୦ କୋଭାକ୍ସିନ ଟିକା ଆସିଛି ।’

ତେବେ ଏଯାଏଁ ରାଜ୍ୟରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଗଲାଣି । ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ । ଫେବ୍ରୁଆରୀ ୧୫ରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.