fbpx

ଗୋଟିଏ ଡୋଜରେ କରୋନା ସଫା: ବ୍ରିଟେନରେ ଜନସନର ସିଙ୍ଗଲ ସଟକୁ ମିଳିଲା ମଞ୍ଜୁରୀ

Advertisement

ଲଣ୍ଡନ: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ବ୍ରିଟେନ ସରକାର ଶୁକ୍ରବାର ଦିନ ଫାର୍ମା କମ୍ପାନୀ ଜନସନ୍ ଓ ଜନସନର ସିଙ୍ଗଲ ସର୍ଟ ଟିକାକୁ ମଞ୍ଜୁରୀ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ କହିଛନ୍ତି ଯେ, ଏହି ନିଷ୍ପତ୍ତିରେ ୟୁକେର ସଫଳ କରୋନା ଟିକାକରଣକୁ ଆହୁରୀ ମଜଭୁତ କରାଯାଇପାରିବ । ଏବେ ଆମ ପାଖରେ ୪ଟି ସୁରକ୍ଷିତ ଟିକା ରହିଛି, ଯାହା ମାଧ୍ୟମରେ ଲୋକଙ୍କୁ ଟିକାକରଣ କରାଯିବ । ସରକାରଙ୍କ ମତରେ ଆସନ୍ତା ଦିନରେ ସିଙ୍ଗଲ ସର୍ଟ ଟିକା ଯୋଗୁଁ ଟିକାକରଣରେ ବଡ ପରିବର୍ତ୍ତନ ଆସିବ ।’

ବ୍ରିଟେନ ଏହି ଟିକାର ୨ କୋଟି ଡୋଜ ଅର୍ଡର କରିଛି। ଆମେରିକାରେ ପରୀକ୍ଷଣ ସମୟରେ ଜନସନ ଆଣ୍ଡ ଜନସନଙ୍କ ଟିକା ସାମାନ୍ୟ ଏବଂ ଗୁରୁତର କରୋନା ସଂକ୍ରମଣକୁ ରୋକିବାରେ ୭୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି। ବ୍ରିଟେନରେ ଏପର୍ଯ୍ୟନ୍ତ ୬.୨ କୋଟି ଟିକା ଡୋଜ ଲଗାସରିଛି ।

Get real time updates directly on you device, subscribe now.