fbpx

ଆଜିଠାରୁ ଆକାଶରେ ଦେଖାଯିବ ମହାଜାଗୃତିକ ଦୃଶ୍ୟ: ଚନ୍ଦ୍ରଙ୍କ ଅତି ନିକଟତର ହେବେ ଶୁକ୍ର

ଭୁବନେଶ୍ୱର: ଆଜିଠାରୁ ସନ୍ଧ୍ୟାର ଆକାଶରେ ଚନ୍ଦ୍ରର ଅତି ନିକଟରେ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଦେଖାଯିବ। ଏହା ଜୁନ ୧୫ ଯାଏଁ ଏପରି ଦେଖାଯିବ। ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଆକାଶରେ ଶୁକ୍ରକୁ ଦେଖିହେବ। ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ ବୋଲି ଅନୁସନ୍ଧାନରୁ ଜଣାପଡିଛି।

ଏହି ମହାଜାଗତିକ ଦୃଶ୍ୟ ଦେଖିବା ନିମନ୍ତେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ଼.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ୨୩ ତାରିଖ ଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ। ତା ପରଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ ।
ମେ ମାସ ଶେଷ ସପ୍ତାହ ତଥା ଜୁନ ମାସ ୧୫ ତାରିଖ ଯାଏଁ ସବୁଦିନ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖିପାରିବ। ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ଼.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଦେଶର ସମସ୍ତ ଅଞ୍ଚଳରେ ଏହି ଦୃଶ୍ୟ ଦେଖିହେବ।

Get real time updates directly on you device, subscribe now.