fbpx

କରୋନା କାଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତାରେ ବି କଷ୍ଟ୍ କଟିଙ୍ଗ୍, ୨୦% ପର୍ଯ୍ୟନ୍ତ କଟିବ

Advertisement

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ସରକାରଙ୍କ ଆର୍ଥିକ ଅବସ୍ଥା ବେଶ ପ୍ରଭାବିତ ହୋଇଛି । ଶିଳ୍ପ ଓ କାରଖାନା ସମେତ ଘରୋଇ ଅନୁଷ୍ଠାନରେ ହେଉଥିବା ବେରୋଜଗାରୀ ଓ କଷ୍ଟ୍ କଟିଙ୍ଗ୍ ଏବେ କେନ୍ଦ୍ର କର୍ମଚାରୀଙ୍କ ପାଖରେ ପହଞ୍ଚିଛି । କରୋନା ମହାମାରୀରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ବିଭାଗ ଓ ମନ୍ତ୍ରଣାଳୟ ଓଭରଟାଇମ୍ ଭତ୍ତା ସମେତ ପୁରସ୍କାର ଇତ୍ୟାଦି ଖର୍ଚ୍ଚରେ ୨୦ ପ୍ରତିଶତ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି । ଖବର ମିଳିଛି କି, କରୋନା ଯୁଦ୍ଧରେ ବଢୁଥିବା ଖର୍ଚ୍ଚର ଭରଣ କରିବାକୁ କେନ୍ଦ୍ର ସରକାର ଖର୍ଚ୍ଚ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଦ୍ୱାରା କେନ୍ଦ୍ର କର୍ମଚାରୀଙ୍କ ଓଭରଟାଇମ୍ ଭତ୍ତା ପରି ଅନେକ କ୍ଷେତ୍ର ପ୍ରଭାବିତ ହେବ ।

ଏହି ଏହି ଆଦେଶ ଅନୁସାରେ ଯେଉଁଥିରେ ଖର୍ଚ୍ଚ ହ୍ରାସ କରିବାକୁ କୁହାଯାଇଛି ତାହା ହେଉଛି – ଓଭରଟାଇମ୍ ଭତ୍ତା, ପୁରସ୍କାର, ଘରୋଇ ଯାତ୍ରା, ବିଦେଶ ଯାତ୍ରା ଖର୍ଚ୍ଚ, ଅଫିସ୍ ଖର୍ଚ୍ଚ, ଭଡା, ଦର ଏବଂ ଟିକସ, ରୟାଲ୍ଟି, ପ୍ରକାଶନ, ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ୍ଚ, ଯୋଗାଣ ଏବଂ ସାମଗ୍ରୀ, ରାସନ ମୂଲ୍ୟ, ପୋଷାକ, ବିଜ୍ଞାପନ ଓ ପ୍ରଚାର, ଛୋଟ କାମ, ରକ୍ଷଣାବେକ୍ଷଣ, ସେବା ଦେୟ, ଯୋଗଦାନ ଓ ଅନ୍ୟାନ୍ୟ ଶୁଳ୍କ ।

Get real time updates directly on you device, subscribe now.