fbpx

ଭୂତ ସହ ସେୟାର କରୁଛନ୍ତି ସୋଫା ଓ ପଲଙ୍କ, ଆପଣଙ୍କ ରାତିର ନିଦ ଚୋରାଇ ନେବ ବ୍ରିଟେନର ଏହି ଦମ୍ପତିଙ୍କ କାହାଣୀ

Advertisement

ନୂଆଦିଲ୍ଲୀ: ବ୍ରିଟେନର ଏକ ଦମ୍ପତି ଏପରି କିଛି ଘଟଣା ବିଷୟରେ ସମସ୍ତଙ୍କ ସହ ସେୟାର କରିଛନ୍ତି ଯାହା ଶୁଣିଲେ ଭୟରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଦମ୍ପତି କହିଛନ୍ତି ସେମାନେ ନିୟମିତ ଭୂତ ସହ ବା ପରଲୋକଗତ ଆତ୍ମା ସହ ରହୁଛନ୍ତି । ସେମାନେ ମୃତ ସଂପର୍କୀୟଙ୍କ ସହ ସୋଫା ସେୟାର କରୁଛନ୍ତି ଏପରିକି ରାତିରେ ଖଟରେ ବି ଶୋଉଛନ୍ତି । ୫୯ ବର୍ଷୀୟା ଜେନ ଡ୍ରୁ ଦାବୀ କରିଛନ୍ତି ତାଙ୍କ ମା’ ମେରୀ ଓ ଦାଦି କ୍ଲାରାଙ୍କ ଆତ୍ମା ପ୍ରାୟ ସମୟରେ ତାଙ୍କ ରୁମ୍ ରେ ଘୁରି ବୁଲିଥାଏ । ସେହିପରି ତାଙ୍କର ୬୮ ବର୍ଷୀୟ ପତି ଡେଭିଡ୍ ଡ୍ରୁ ଜେନଙ୍କ ପିତାଙ୍କୁ ଦେଖିଥିବାର କଥା କହିଛନ୍ତି । ଏହି ଦମ୍ପତି କହିଛନ୍ତି ଯେତେବେଳେ ସେମାନଙ୍କ ସଂପର୍କ ଆରମ୍ଭ ହୋଇଥିଲା ସେତେବେଳେ ବି ବହୁ ଆତ୍ମା ସେମାନଙ୍କୁ ଭେଟିବାକୁ ଆସିଥିଲେ ।

ଡେଭିଡ୍ ୫୦ ବର୍ଷରୁ ଅଧିକ ସମୟ ଧରି ସାଇକି ମିଡିୟମ ଭାବରେ କାମ କରୁଛନ୍ତି । ଏଥିରେ ଭୂତକୁ ଦେଖିବା ଓ ସେମାନଙ୍କ ସହ କଥା ହେବା ପରି କାମ କରାଯାଏ । ଏବେ ସେ ହ୍ୱିଲଚେୟାରରେ ଅଛନ୍ତି । ପତ୍ନୀ ଜେନ୍ ତାଙ୍କର ସବୁ ପ୍ରକାର ଦେଖାଶୁଣା କରୁଛନ୍ତି । ଭୂତ ସହ ଭେଟ କରାଇଦେବାକୁ ତାଙ୍କ ପାଖକୁ ଲୋକଙ୍କ ଠାରୁ ବହୁ ଅନୁରୋଧ ବି ଆସୁଛି । ଡେଭିଡ କହିଛନ୍ତି ମୁଁ ବିଭିନ୍ନ ସମୟରେ ବିଭିନ୍ନ ମୃତ ଆତ୍ମାକୁ ଦେଖିବାକୁ ପାଉଛି । ପତ୍ନୀ ଜେନଙ୍କ ମା’ଙ୍କ ମୃତ୍ୟୁର ୯ ମାସ ପରେ ମୋ ଆଡକୁ ଚାହିଁ ହସୁଥିବାର ମୁଁ ଦେଖିଥିଲି । କିନ୍ତୁ ମୁଁ ନିଜ ସଂପର୍କୀୟଙ୍କୁ ଆଦୌ ଦେଖିନାହିଁ । କିନ୍ତୁ ୧୯୭୯ରେ ମୋ ମା’ଙ୍କ ମୃତ୍ୟୁ ପରେ ପରେ ମୁଁ ତାଙ୍କୁ ମାତ୍ର ଥରେ ଦେଖିଥିଲି । ସେ କହିଛନ୍ତି ଆପଣ ନିଜ ମୃତ୍ୟୁ ପରେ କେବଳ ଗୋଟିଏ ଜିନିଷ ନିଜ ସାଥିରେ ନେଇ ଯାଇପାରିବେ । ତାହା ହେଉଛି ଆଧ୍ୟାତ୍ମିକ ଜାଗରୁକତା ।

ଜେନ କହିଛନ୍ତି ବହୁ ସମୟରେ ସେ ଲାଉଞ୍ଜରୁ ବାହାରିବା ସମୟରେ ମା’ ଓ ଦାଦୀମା’ଙ୍କୁ ସେଠାରେ ବସିଥିବାର ଦେଖିଥାନ୍ତି । ବହୁ ସମୟରେ ଡାଭିଡ୍ ମଧ୍ୟ ତାଙ୍କ ପିତାଙ୍କୁ ବାର୍ ପଛପଟେ ଦେଖିଥାନ୍ତି । ଆମେ ବହୁ ସମୟରେ ବିଛଣାରେ ଶୋଇଥିବା ସମୟରେ ହଠାତ୍ ବେଡ୍ ତଳକୁ ଓହଳି ପଡୁଥିବା ପରି ଅନୁଭବ କରିଥାଉ । ଡେଭିଡ ଆରାମରେ ଶୋଇପଡୁଥିବା ବେଳେ ମୁଁ କିନ୍ତୁ ରେଜେଇ ତଳେ ଡରି ମରି ଶୋଇଥାଏ । ବହୁ ସମୟରେ ଏହା ଏକ ଛୋଟ କଥା ଭଳି ମନେ ହୋଇଥାଏ । କିନ୍ତୁ ବହୁ ସମୟରେ ଏପରି ଅନୁଭବ ହୋଇଥାଏ ଯେ, କେହି ଯେପରି ଆମ ବିଛଣାରେ ଡେଉଁଛି ।

ଡେଭିଡ କହିଛନ୍ତି ସେ ଛୋଟ ବେଳୁ ଆତ୍ମାକୁ ଦେଖିବାକୁ ସକ୍ଷମ ହୋଇ ଆସିଛନ୍ତି । ପ୍ରଥମରୁ ସେ ଭାବୁଥିଲେ ସମସ୍ତେ ଭୂତ ଦେଖିପାରିବେ । କିନ୍ତୁ ପରେ ତାଙ୍କର ଏହି ଧାରଣା ବଦଳି ଯାଇଥିଲା । ଯେତେବେଳେ ସେ ବଡ ହେବା ପରେ ସାଇକି ମିଡିୟମ ଭାବରେ କାମ କଲେ ସେତେବେଳେ ତାଙ୍କର ଜେନଙ୍କ ସହ ସାକ୍ଷାତ ହୋଇଥିଲା । ୧୯୮୪ ପରଠାରୁ ଏମାନେ ପତି ପତ୍ନୀ ଭାବରେ ରହି ଆସୁଛନ୍ତି ।

 

Get real time updates directly on you device, subscribe now.