fbpx

ଦମ୍ପତ୍ତିଙ୍କ ଆତ୍ମହତ୍ୟା: ଋଣ ଭାର ସହି ନ ପାରି ଝୁଲିପଡିଲେ

Advertisement

ଖୋର୍ଦ୍ଧା: ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଏଠାରେ ଦମ୍ପତ୍ତି ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ଋଣ ଭାର ସହ୍ୟ ନକରି ପାରି ଫାଶିରେ ଝୁଲି ଅତ୍ମହତ୍ୟା କରିଛନ୍ତି ବୋଲି ଚାରି ଆଡେ ଚର୍ଚ୍ଚା ଚାଲିଛି ।

ସୂଚନା ଅନୁଯାୟୀ, ଏହି ମୃତ ଦମ୍ପତ୍ତି ଦୁଇ ଜଣ ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡି ଗାଁର ଅଟନ୍ତି । ସେ ଏକ ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଋଣ ନେଇଥିଲେ । ସେମାନେ ଠିକ୍ ସମୟରେ ଋଣ ପରିଶୋଧ କରିପାରୁ ନଥିଲେ । ପରିଶୋଧର ବିଳମ୍ବ ପରେ ସଂସ୍ଥାର କର୍ମଚାରୀ ଘରକୁ ଆସି ଧମକାଇବା ଅଭିଯୋଗ କରିଥିଲେ ।

ଘଟଣାସ୍ଥଳରେ ସଂସ୍ଥାର କର୍ମଚାରୀ ଧମକାଇବାକୁ ନେଇ ବାପା ମାଆ ଅତ୍ମହତ୍ୟା କରିଥିବା ଲାଗି ତାଙ୍କର ଦୁଇ ପୁଅ କହିଛନ୍ତି । ଚାପର ଭାରାକ୍ରାନ୍ତ ସହ୍ୟ ନକରି ପାରି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି । ପୋଲିସ ସେଠାରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.