ସାପ କାମୁଡ଼ାରେ ପ୍ରାଣ ହରାଇଲେ ଦମ୍ପତି, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

ସାପ କାମୁଡାରେ ଦମ୍ପତି ମୃତ

ନୂଆଦିଲ୍ଲୀ: ବର୍ତ୍ତମାନ ରାଜ୍ୟ ତଥା ଦେଶରେ ବର୍ଷା ଲାଗି ରହିଛି। ଏଥିରେ ପାଣି ଚାରିଆଡେ ଜମିବା ମଧ୍ୟ ଦେଖିବାକୁ ମିଳିଛି। ପାଣି ପଶିଯିବାରୁ ଯନ୍ତୁ ନିଜ ବାସସ୍ଥାନରୁ ଅନ୍ୟସ୍ଥାନକୁ ଯିବା ଫଳରେ ଲୋକମାନଙ୍କ ଘରେ ପଶିଯାଉଛନ୍ତି। ତେବେ ବର୍ତ୍ତମାନ ସାପ କାମୁଡ଼ିବାକୁ ନେଇ ଏକ ଖବର ସାମ୍ନାକୁ ଆସିଛି।

ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ ବାୟାହାତୁ ଗାଁରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଦମ୍ପତିଙ୍କୁ ସାପ କାମୁଡି ଦେଇଛି। ଏମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ପଠାଯାଇଥିଲା। ଚମ୍ପୁଆ ମେଡ଼ିକାଲରେ ଦମ୍ପତିଙ୍କୁ ମୃତ ଘୋଷଣା କଲେ ଡାକ୍ତର।