ବିଦେଶ ଯାତ୍ରା ନିଶା, ୧୦ ବର୍ଷର ପୁଅକୁ ବିମାନବନ୍ଦରରେ ଛାଡ଼ି, ବୁଲିବାକୁ ଚାଲିଗଲେ ବାପା, ମା’
ପିଲା ପାଇଁ ଯାତ୍ରା ବାତିଲ କରିବା ପରିବର୍ତ୍ତେ, ବାପା,ମାଆ ପିଲାଟିକୁ ବିମାନବନ୍ଦରରେ ଛାଡିବାକୁ ବିଦେଶ ଯିବାକୁ ନିଷ୍ପତ୍ତି ନେଇଥିଲେ।
ସ୍ପେନ: ବୁଲିବା ହେଲା ବଡ଼। ପିଲା ହେଲା ପଛ। ପିଲାକୁ ବିମାନବନ୍ଦରରେ ଛାଡ଼ି ବାପା, ମା’ ପଳାଇଲେ ବିଦେଶ। ସ୍ପେନର ବାର୍ସିଲୋନାରେ, ବାପାମାଆ ସେମାନଙ୍କର ୧୦ ବର୍ଷର ପିଲାକୁ
ବିମାନବନ୍ଦରରେ ଛାଡି ଛୁଟି କାଟିବାକୁ ଯାଇଥିଲେ। ପିଲାଟିର ପାସପୋର୍ଟର ଏକ୍ସପାୟରୀ ଶେଷ ହୋଇଯିବାରୁ ପିଲାକୁ ଛାଡ଼ି ଯାତ୍ରା ଆରମ୍ଭ କରିଥିଲେ ଏହି ବାପା, ମା’।
ଏପରି ପରିସ୍ଥିତିରେ, ପିଲା ପାଇଁ ଯାତ୍ରା ବାତିଲ କରିବା ପରିବର୍ତ୍ତେ, ବାପା,ମାଆ ପିଲାଟିକୁ ବିମାନବନ୍ଦରରେ ଛାଡିବାକୁ ବିଦେଶ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ତାଙ୍କ ବିଦେଶ ବୁଲା ଟିକେଟ୍ ନଷ୍ଟ କରିବାକୁ ଚାହୁଁ ନଥିଲେ।
ପିଲା ସହିତ ଘଟିଥିବା ଦୁଃଖଦ ଘଟଣାଟିକୁ ଟର୍ମିନାଲ କର୍ମଚାରୀ ଲିଲିଆନ୍ ଏକ ଭିଡିଓ ସହିତ ସୋସିଆଲ ମିଡିଆରେ ସେୟାର କରଛନ୍ତି। ଭିଡିଓଟି ଭାଇରାଲ ହେବା ସହ ବାପା, ମା’ଙ୍କ ଏଭଳି କାମକୁ ନିନ୍ଦା କରିଛନ୍ତି ୟୁଜର।
ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଜଣେ ବାପା କିମ୍ବା ମା’ ଏହି ପରିସ୍ଥିତିରେ ଏଭଳି କିପରି କରିପାରିଛନ୍ତି। ଲୋକମାନେ ଏହି ଦମ୍ପତିଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।
ଲିଲିଆନ୍ଙ୍କ ଅନୁଯାୟୀ, ବୁଧବାର ଦିନ ବାର୍ସିଲୋନା ବିମାନବନ୍ଦରରେ ଦମ୍ପତି ତାଙ୍କ ପିଲାକୁ ଛାଡ଼ି ବିଦେଶ ପଳାଇଥିଲେ। ପିଲାଟିର ପାସପୋର୍ଟ ଏକ୍ସପାୟରୀ ପାଇଁ ଉଡ଼ାଣ ଭରିବାକୁ ପିଲାଟିକୁ ମନା କରାଯାଇଥିଲା।
ତାଙ୍କୁ ଭିସା ମଧ୍ୟ ଆବଶ୍ୟକ ଥିଲା। ବିମାନବନ୍ଦର କର୍ମଚାରୀମାନେ ପିଲାଟିକୁ ଟର୍ମିନାଲରେ ଏକା ପାଇଥିଲେ। ଏହା ପରେ, ପୋଲିସକୁ ସୂଚନା ଦିଆଯାଇଥିଲା।
ଦି ସନ୍ ରିପୋର୍ଟ ଅନୁଯାୟୀ, ଲିଲିଆନ୍ କହିଛନ୍ତି, ପିଲାଟି କହିଛନ୍ତି ବାପା,ମା ଛୁଟି ପାଇଁ ସେମାନଙ୍କ ଦେଶକୁ ଯାଇଛନ୍ତି। ତାଙ୍କ ପାସପୋର୍ଟର ଏକ୍ସପାୟରୀ ହୋଇଯାଇଥିଲା, ତେଣୁ ସେ ସ୍ପାନିସ୍ ପାସପୋର୍ଟ ସହିତ ଯାତ୍ରା କରୁଥିଲେ।
ସ୍ପାନିସ୍ ପାସପୋର୍ଟ ପାଇଁ ଭିସା ଆବଶ୍ୟକ ଥିଲା। ସେମାନଙ୍କ ପାଖରେ ଭିସା ନଥିଲା, ତେଣୁ ସେମାନେ ମତେ ଟର୍ମିନାଲରେ ଛାଡି ଦେଇଥିଲେ ଏବଂ ଜଣେ ସମ୍ପର୍କୀୟଙ୍କୁ ଡାକି ତାଙ୍କୁ ମତେ ନେବାକୁ କହିଥିଲେ।
ଏହା ପରେ ବିମାନ କର୍ମଚାରୀ ପିଲାଟିକୁ ବିମାନବନ୍ଦର ଟର୍ମିନାଲର ପାର୍କିଂ ଅଞ୍ଚଳରେ ବୁଲୁଥିବାର ଦେଖିଥିଲେ। ସେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ଏୟାର ଟ୍ରାଫିକ୍ ସଂଯୋଜକ ନିଶ୍ଚିତ କରିଛନ୍ତି ଯେ ବାପା,ମା’ମାନେ ତାଙ୍କୁ ନେବାକୁ ଜଣେ ସମ୍ପର୍କୀୟଙ୍କୁ ପଠାଇଛନ୍ତି ଯାହାଦ୍ୱାରା ସେମାନେ ସେମାନଙ୍କର ଯାତ୍ରା ଜାରି ରଖିପାରିବେ।
ମୁଁ ଜଣେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର। ମୁଁ ବହୁତ କିଛି ଦେଖିଛି, କିନ୍ତୁ ଏହା ଏକ ଅବିଶ୍ୱସନୀୟ ଘଟଣା ଥିଲା। ଡକ୍ୟୁମେଣ୍ଟ ସମସ୍ୟା ଯୋଗୁଁ ଯାତ୍ରା କରିପାରୁ ନଥିବା ହେତୁ ପିତାମାତାମାନେ ସେମାନଙ୍କର ୧୦ ବର୍ଷର ପୁଅକୁ ଟର୍ମିନାଲରେ ଛାଡି ଦିଅନ୍ତି କିପରି?