fbpx

ଉଡ଼ନ୍ତା ବିମାନ ଭିତରେ କରୁଥିଲେ ଅଶ୍ଳୀଳ କାଣ୍ଡ… କିନ୍ତୁ ଧରା ପଡ଼ିଗଲେ: ଆଉ ତା’ ପରେ…

ନୂଆଦିଲ୍ଲୀ: ଇଜିଜେଟ ବିମାନ ଭିତରେ ଦୁଇ ଦମ୍ପତ୍ତି ଅଶ୍ଳୀଳ କାର୍ଯ୍ୟ କରିବା ବେଳେ ଧରା ପଡ଼ିଯାଇଛନ୍ତି । ଫ୍ଲାଇଟର ଟଏଲେଟ ଭିତରେ ଉଭୟଙ୍କୁ ଏଭଳି ଅବସ୍ଥାରେ ଧରା ପଡ଼ିଛନ୍ତି ଉଭୟ ଦମ୍ପତ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହାପରେ ଉଭୟ ଦମ୍ପତ୍ତି ସମସ୍ତ ପାସେଞ୍ଜରଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଛି । ତେବେ ଏ ଘଟଣା ସମ୍ପର୍କରେ ପୋଲିସକୁ ଖବର ମିଳିବା ପରେ ଏହାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଇଜିଜେଟର ଏକ ଯାତ୍ରା ସମୟରେ ଏଭଳି ଘଟଣା ଘଟିଯାଇଛି । ବିମାନରେ ଯାଉଥିବା ସମୟରେ ଦୁଇ ଜଣ ଦମ୍ପତ୍ତି ଫ୍ଲାଇଟର ଟଏଲେଟ ଭିତରେ ହିଁ ଶାରୀରିକ ସମ୍ବନ୍ଧ ରଖିଥିଲେ । ତେବେ ଏହି ସମୟରେ ବିମାନ କର୍ମଚାରୀ ଅଚାନକ ଟଏଲେଟ ଖୋଲି ଦେବାରୁ ଉଭୟଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବାକୁ ମିଳିଥିଲା । ତେବେ ଏଭଳି ଦୃଶ୍ୟ ଦେଖି ଫ୍ଲାଇଟ ଷ୍ଟାଫ ସଙ୍ଗେ ସଙ୍ଗେ ଟଏଲେଟର କବାଟ ବନ୍ଦ କରି ଦେଇଥିଲେ । କିନ୍ତୁ ସେତେବେଳକୁ ବିମାନରେ ଥିବା ସମସ୍ତ ଯାତ୍ରୀ ଏହି ଘଟଣା ଦେଖି ସାରିଥିଲେ । ଯାହାକୁ ନେଇ ଉଭୟ ଯାତ୍ରୀ ଖୁବ ଲଜ୍ଜିତ ହୋଇଛନ୍ତି । ତେବେ ଏହି ସମୟର ଏକ ଭିଡିଓ ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରିଥିବା ବେଳେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତେବେ ଏହି ଘଟଣା ନେଇ ଇଜିଜେଟ ତରଫରୁ ବୟାନ ମିଳିଛି । ଇଜିଜେଟ କହିଛି ଯେ, ଲ୍ୟୁଟନରୁ ଇବିସା ଯିବା ସମୟରେ ଫ୍ଲାଇଟ ଭିତରେ ଏଭଳି ଏକ ଘଟଣା ଘଟିଥିଲା । ଏ ନେଇ ପୋଲିସକୁ ଖବର ପାଇ ବିମାନ ବନ୍ଦରରେ ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ଏଥିପାଇଁ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନଥିବା କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଏହସହିତ ଭାଇରାଲ ହେଉଥିବା ଭିଡିଓ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

Get real time updates directly on you device, subscribe now.