fbpx

ରୋଷେଇ ଘରେ ନବଦମ୍ପତ୍ତି: ପତିଦେବଙ୍କ ପାଇଁ ସ୍ପେଶାଲ ଡିସ୍ ପ୍ରସ୍ତୁତ କଲେ ଅର୍ଚ୍ଚିତା

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ବିବାହ ପରେ ପ୍ରଥମ ଥର ପାଇଁ ସାମନାକୁ ଆସିଛନ୍ତି ଦୁଇ ତାରକା ଦମ୍ପତ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରୁ ବିବାହ କରି ଫେରୁ ଫେରୁ ଅର୍ଚ୍ଚିତା ରୋଷେଇ ଘରେ ପାଦ ରଖିଛନ୍ତି । ଏହି ଅବସରରେ ଶାଶୂଘରେ ପ୍ରଥମ ଥର ପାଇଁ ମାଛ ଭାଜିଛନ୍ତି ଅର୍ଚ୍ଚିତା । ଅର୍ଚ୍ଚିତା ରୋଷେଇ ଘରେ ମାଛ ଭାଜୁଥିବା ସମୟରେ ତାଙ୍କ ନିକଟରେ ସବ୍ୟସାଚୀ ନଜରକୁ ଆସିଛନ୍ତି । ନବଦମ୍ପତ୍ତିଙ୍କ ରୋଷେଇଘରର ଅନେକ ଫଟୋ ଭାଇରାଲ୍ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଉଭୟ ତାରକାଙ୍କ ବିବାହକୁ ନେଇ ବେଶ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ରିଲ୍ ଲାଇଫରୁ ଦୁହେଁ ରିୟଲ ଲାଇଫ୍ ପାର୍ଟନର ହୋଇଥିଲେ ।

Get real time updates directly on you device, subscribe now.