fbpx
BSKY SKY
BSKY SKY

ଗର୍ଭବତୀ ସ୍ତ୍ରୀଙ୍କୁ ନେଇ ସ୍ୱାମୀ ହସପିଟାଲ ଯାଉଥିଲେ: ଟ୍ରକ୍‌ ଧକ୍କାରେ ଦମ୍ପତି ମୃତ

BSKY

କଣ୍ଟାବାଞ୍ଜି: ଅଭାବନୀୟ ଘଟଣା, ଗର୍ଭବତୀ ସ୍ତ୍ରୀଙ୍କୁ ନେଇ ସ୍ୱାମୀ ହସପିଟାଲ ଯାଉଥିବା ସମୟରେ ଧକା ଦେଲା ଟ୍ରକ ଆଉ ଜୀବନ ହରାଇଲେ ଦମ୍ପତି। ଏଭଳି ଏକ ଲୋମ ତାଙ୍କର ଦୁର୍ଘଟଣା ଘଟିଛି ବଲାଙ୍ଗୀର କଣ୍ଟାବାଞ୍ଜି ଅଂଚଳରେ।

ସୂଚନା ଅନୁସାରେ ତୁରେଇକେଲା ଥାନା ଗଇନ୍ଦୀମାଲ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦମ୍ପତି ଦୁଇଜଣ ବାଇକରେ ମେଡିକାଲ ଯିବା ସମୟରେ ବାଇକକୁ ସାମ୍ନାରୁ ପିଟିଥିଲା ଟ୍ରକ୍‌, ଫଳରେ ଘଟଣା ସ୍ଥଳରେ ହିଁ ଦମ୍ପତି ପ୍ରାଣ ହରାଇଥିଲେ। ଦମ୍ପତି ଗଇନ୍ଦୀମାଲ ଗାଁର ବୋଲି ସେମାନଙ୍କର ପରିଚୟ ମିଳିଥିବା ବେଳେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।

Get real time updates directly on you device, subscribe now.