ବୋଲେରୋରେ ଆସି ଘରେ ପଶିଗଲେ ୧୦ ଦୁର୍ବୃତ୍ତ, ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା-ରୁପା
ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା, ରୁପା
ରାୟଗଡ଼ା: ଏକ ବଡ଼ ଡକାୟତି ଖବର ସାମ୍ନାକୁ ଆସିଛି। ରାୟଗଡ଼ାର କଲ୍ୟାଣସିଂହପୁର ଶିକରପାଇ ଗାଁରେ ଏକ ସଶସ୍ତ୍ର ଡକାୟତି ଘଟିଛି। ଘରେ ପଶି ବ୍ୟବସାୟୀ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ହାଣି ସୁନା-ରୁପା ନେଇଯାଇଛନ୍ତି ଦୁର୍ବୃତ୍ତ।
ଆକ୍ରମଣ ପରେ ଘରେ ଥିବା ସିନ୍ଦୁକକୁ ତାଡ଼ି ଅଳଙ୍କାର ନେଇଯାଇଥିବା କଥା ଜଣାପଡିଛି। ସୂଚନାନୁଯାୟୀ, ବୋଲେରୋରେ ୮ରୁ ୧୦ ଦୁର୍ବୃତ୍ତ ଭୁଜାଲି ଧରି ବ୍ୟବସାୟୀଙ୍କ ଘରେ ପଶିଥିଲେ।
ଏହାପରେ ମହିଳା ପିନ୍ଧିଥିବା ସୁନା ସହ ଘର ଗଡ଼ରେଜ ନେଇ ପଳାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଅଳଙ୍କାର ସହ ନଗଦ ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତ। କଲ୍ୟାଣସିଂହପୁର ଓ ଚାନ୍ଦିଲି ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛନ୍ତି।