(Video) Reel ପ୍ରେମ କଲା ବାୟି, First Nightର ଭିଡିଓ ଅପଲୋଡ୍ କଲେ Couple
ଭିଡ଼ିଓ ହେଉଛି ଭାଇରାଲ । ଲୋକେ କରୁଛନ୍ତି ଛିଛାକର ।
ଓଡିଶା ଭାସ୍କର: ସୋସିଆଲ ମିଡିଆରେ ରିଲ୍ସ କରିବା ଏକ ଟ୍ରେଣ୍ଡ ପାଲଟିଗଲାଣି । ଲୋକେ ଖାଇଲେ ପିଇଲେ, କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଗଲେ ଇତ୍ୟାଦିର ଫଟୋ ଭିଡିଓ କରିବାରେ ମାତିଯାଇଛନ୍ତି । ଯାହାର ଖରାପ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ।
ଲୋକଙ୍କ ଜୀବନରେ ଗୋପନୀୟ ଜିନିଷ କିଛି ନାହିଁ । କାରଣ ଲୋକେ ନିଜ ଜୀବନର ପ୍ରତିଟି ମୁହୂର୍ତ୍ତରେ ଫୋନରେ କଏଦ କରି ରଖିବା ପସନ୍ଦ କରୁଛନ୍ତି । ଯାହାକୁ ସୋସିଆଲ ମିଡିଆରେ ଶେୟାର କରି ତାଙ୍କୁ ଦୁଇ ପଇସା ମିଳୁଛି ।
ହେଲେ ଅନେକ ସମୟରେ ସେମାନଙ୍କୁ ବାହାର ସୋସିଆଲ ମିଡିଆ ୟୁଜର୍ସଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । ହେଲେ ଏ ସବୁକୁ ସେମାନେ ଖାତିର କରୁ ନାହନ୍ତି । ଏବେ ଏକ୍ସରେ ଗୋଟିଏ କପୁଲଙ୍କର ବାସ ରାତିର ଭିଡିଓ ଭାଇରାଲ ହେଉଛି ।
ଏହି ଭିଡିଓକୁ ନିଜେ ସ୍ୱାମୀ ହିଁ ରେକର୍ଡ କରୁଥିବା ଦେଖିବାକୁ ମିଳିଛି । ଦୁହେଁ ଲାଜ ସରମକୁ ଭୁଲି ନବଦମ୍ପତି ବାସର ସେଜକୁ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଭିଡିଓକୁ ଦେଖିବା ପରେ ୟୁଜରମାନେ ତାଙ୍କୁ ସମାଲୋଚନା କରିଛନ୍ତି । ଭିଡିଓକୁ କିଛି ଲୋକ ମଜାରେ ମଧ୍ୟ ନେଇଥିବାର ଦେଖିବାକୁ ମିଳିଛି ।
Suhagraat Vlog 🥴
These vloggers have gone totally mad.
Wait for the blurred clip 😹 https://t.co/PMsiC5dS6U
— Sunanda Roy 👑 (@SaffronSunanda) July 5, 2024