Big Breaking: ରାଜଧାନୀରେ ଦମ୍ପତିଙ୍କୁ ଛୁରାମାଡ଼, ଘଟଣାସ୍ଥଳରେ ପୋଲିସର ଛାନଭିନ୍‌

ଭୁବନେଶ୍ୱର: ରାଜଧାନୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଇନ୍ସପାର୍କ ବସ୍ତିରେ ଦମ୍ପତିଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ନିଶା ଖାଇ ଦୁର୍ବୃତ୍ତ ଜଣକ ଦମ୍ପତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ଛୁରାମାଡ଼ କରିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା। ସହିଦନଗର ଥାନା ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏଥିସହ ଦମ୍ପତ୍ତିକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।