fbpx
BJD SKY
BJD SKY

(Video) ହାଏରେ କଳିଯୁଗ! ଭୟଙ୍କର ଝଗଡ଼ାର ରୂପ ନେଲା ପଡ଼ୋଶୀଙ୍କ ଘର ପାଖେ କାର ରଖିବା, ମାରପିଟକୁ ନେଇ ୩ ଗିରଫ

BJD

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀ ଖୁବ ଜୋରରେ ମାରପିଟ କରିଛନ୍ତି । ସେହି ବ୍ୟକ୍ତିଙ୍କ ଭୁଲ ମାତ୍ର ଏତିକି ଥିଲା, ସେ ସେହି ପଡ଼ୋଶୀଙ୍କ ଘର ପାଖରେ କାର ପାର୍କ କରିଥିଲେ । ସେହି ସ୍ଥାନ ସାର୍ବସାଧାରଣ ସ୍ଥାନ ଥିଲା । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପଡୋଶୀମାନେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ତଳେ ପକାଇ ଗୋଇଠା-ବିଧା ନିର୍ଦ୍ଦୟ ପରି ମାରିଛନ୍ତି । ଭିଡିଓରେ ନଜର ଆସିଛି ଯେ, ଲୋକମାନେ ଜଣେ ବ୍ୟକ୍ତିଙ୍କୁ ତାଙ୍କ କାରକୁ ଇଙ୍ଗିତ କରି ମାରୁଛନ୍ତି । ଯେତେବେଳେ ସେ ତଳେ ପଡିଯାଉଛନ୍ତି ସେତେବେଳେ ସେମାନେ ଆହୁରି ମାଡ଼ ମାରୁଛନ୍ତି । ସଏହି ବ୍ୟକ୍ତି ସହ ଜଣେ ମହିଳା ମଧ୍ୟ ଥିଲେ, ଯିଏ ସମସ୍ତ ଘଟଣାକୁ ରେକର୍ଡ କରିଛନ୍ତି ।

ମାରପିଟ କରିବା ବେଳେ ଜଣେ ମହିଳାଙ୍କୁ ଜଣାପଡିଲା ଯେ, ତାଙ୍କର ଏକ ଭିଡିଓ କରାଯାଉଛି । ସେତେବେଳେ ସେ ତାଙ୍କୁ ଚପଲରେ ମାରିବାକୁ ତାଙ୍କ ପିଛା କରୁଛନ୍ତି ଏବଂ ତାଙ୍କୁ ମାରୁଛନ୍ତି । ଏହି ସମସ୍ତ ଘଟଣାକୁ ଅନ୍ୟ ଜଣେ ପଡୋଶୀ ରେକର୍ଡ କରିଛନ୍ତି । ପୀଡିତାଙ୍କ ପରିଚୟ ରୋହିଣୀ ଏବଂ ସହିଷ୍ଣୁ ଭାବେ କରାଯାଇଛି । କୁହାଯାଉଛି ଯେ, ସେ ଗୋଟିଏ ଦିନ ପୂର୍ବରୁ ଏହି ଆପାର୍ଟମେଣ୍ଟରେ ରହିବାକୁ ଆସିଥିଲେ ।

ରୋହିଣୀଙ୍କ ଫୋନରେ ରେକର୍ଡ ହୋଇଥିବା ଭିଡିଓରେ ନଜର ଆସୁଛି ଯେ, ତାଙ୍କ ପିଚା କରାଯାଉଛି ଏବଂ ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ତିନି ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ସମସ୍ତ ଅପରାଧିଙ୍କୁ ଗିରଫ ମଧ୍ୟ କରାଯାଇଛି । ଧାରା ୩୫୪,୩୨୪ ଏବଂ ୫୦୬ ଅନୁଯାୟୀ, ଏଫଆଇଆର ଦାଖଲ କରାଯାଇଛି ।

Get real time updates directly on you device, subscribe now.