fbpx

PSLରେ ସିଗାରେଟ ଟାଣୁଥିବାର ନଜର ଆସିଲେ ଏହି ପାକିସ୍ତାନ ଖେଳାଳୀ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

କାରାଚି: ପାକିସ୍ତାନ ସୁପର ଲିଗ୍(PSL)ର ଫାଇନାଲ ମ୍ୟାଚ୍ ଇସଲାମାବାଦ ୟୁନାଇଟେଡ୍ ଏବଂ ମୁଲତାନ୍ ସୁଲତାନ୍ସ ମଧ୍ୟରେ ଖେଳାଯାଇଥିଲା । ସୋମବାର କରାଚି ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଇସଲାମାବାଦ ୟୁନାଇଟେଡ୍ ୨ ୱିକେଟରେ ବିଜୟ ହାସଲ କରିଥିଲା । ତେବେ ଏହି ମ୍ୟାଚ୍ ସମୟରେ ଇସଲାମାବାଦ ୟୁନାଇଟେଡର ଜଣେ ଖେଳାଳୀ ଏପରି କିଛି କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଇମାଦ ୱସିମ୍(Imad Wasim) ତାଙ୍କର ଘାତକ ବୋଲିଂ ଦ୍ୱାରା ୫ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେ ୟାସମିର ଖାନ୍, ଡେଭିଡ୍ ଭିଲି, ଜନସନ୍ ଚର୍ଲ୍ସ, ଖୁଶଦିଲ ଶାହ ଏବଂ କ୍ରିସ୍ ଜାର୍ଡନଙ୍କ ୱିକେଟ ନେଇଥିଲେ । ଇସଲାମାବାଦ ୟୁନାଇଟେଡର ବିଜୟ ହାସଲ ପଛରେ ଇମାଦ ୱସିମଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେବେ ୱାସିମ ପ୍ରଥମ ଇନିଂସ ଖେଳି ସାରିଲା ପରେ ଡ୍ରେସିଂ ରୁମ୍ ଯାଇଥିଲେ । ସେଠାରେ ସ୍ମୋକ୍ କରୁଥିବାର ନଜର ଆସିଥିଲେ । ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା ।

 

Get real time updates directly on you device, subscribe now.