fbpx

IND vs AUS ଟେଷ୍ଟ ସିରିଜ ଘୋଷଣା: ପର୍ଥରେ ଖେଳାଯିବ ପ୍ରଥମ ଟେଷ୍ଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ମଇଦାନରେ ହେବ ଭାରତ-ଅଷ୍ଟ୍ରେଲିଆ ଫାଇଟ୍ । ମୁହାଁମୁହିଁ ହେବେ ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ । ଖୁବଶୀଘ୍ର ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ । ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଟେଷ୍ଟ ସିରିଜ ଖେଳିବ ଭାରତୀୟ ଦଳ । ୩୪ ବର୍ଷ ପରେ ପ୍ରଥମ ଥର ଏଭଳି ଏକ ସିରିଜରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ୧୯୯୧-୯୨ ସିରିଜ ପରେ ପ୍ରଥମ ଥର ପାଇଁ ଉଭୟ ଦଳ କୌଣସି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛନ୍ତି ।

ଭାରତର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଏକ ବଡ଼ ଘୋଷଣା କରିଛି ବିସିସିଆଇ । ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବରରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ । ତେବେ ଆଡିଲେଡ, ବ୍ରିସବେନ୍, ମେଲବର୍ଣ୍ଣ ଏବଂ ସିଡନୀ ଇତ୍ୟାଦି ପଡ଼ିଆକୁ ମଧ୍ୟ ଏହି ଗସ୍ତ ପାଇଁ ମ୍ୟାଚ ଆୟୋଜନର ଦାୟିତ୍ୱ ମିଳିଛି । ଏହି ଗସ୍ତରେ ଭାରତ-ଅଷ୍ଟ୍ରେଲିଆ ପର୍ଥରେ ପ୍ରଥମ ଟେଷ୍ଟ ଖେଳିବେ । ଏହାପରେ ଆଡିଲେଡର ସିରିଜର ଦ୍ୱିତୀୟ(ଡେ-ନାଇଟ) ଟେଷ୍ଟ ଖେଳାଯିବ । ସେହିପରି ବ୍ରିସବେନରେ ତୃତୀୟୂ ଖେଳାଯିବାକୁ ଥିବା ବେଳେ ମେଲବର୍ଣ୍ଣ ବକ୍ସିଙ୍ଗ ଡେ ଟେଷ୍ଟର ଆୟୋଜନ କରିବ । ତେବେ ନୂଆବର୍ଷର ଟେଷ୍ଟ ମ୍ୟାଚ ସିଡନୀରେ ଖେଳାଯିବ । କିନ୍ତୁ ଅଷ୍ଟ୍ରେଲିଆ କ୍ରିକେଟ ବର୍ତ୍ତମାନ ପର୍ଯ୍ୟନ୍ତ ପରବର୍ତ୍ତୀ ସିଜନର ସୂଚୀକୁ ନେଇ କୌଣସି ସ୍ପଷ୍ଟ କରିନାହିଁ ।

ସୂଚନା ଅନୁସାରେ, ୧୯୯୧-୯୨ ମସିହାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଥର ପାଇଁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା । ଏହି ସିରିଜରେ ଭାରତକୁ ୪-୦ରେ ପରାସ୍ତ କରି ବିଜୟୀ ହୋଇଥିଲା ଘରୋଇ ଦଳ ଅଷ୍ଟ୍ରେଲିଆ । ତେବେ ଆସନ୍ତା ସିଜନରେ ଏହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ଟିମ ଇଣ୍ଡିଆ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଗତ ୪ ଟି ଟେଷ୍ଟ ସିରିଜରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ଗତ ଚାରିଟି ସିରିଜରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥିରେ ଅଷ୍ଟ୍ରେଲିଆ ମାଟିରେ ଦୁଇଟି ବ୍ୟାକ୍ ଟୁ ବ୍ୟାକ୍ ଟେଷ୍ଟ ସିରିଜରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୨୦୧୮-୧୯ ଏବଂ ୨୦୨୦-୨୧ ରେ ଉଭୟ ଥର କଙ୍ଗାରୁ ଦଳକୁ ଭାରତ ୨-୧ ବ୍ୟବଧାନରେ ପରାସ୍ତ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.