କଟକ,୨୨ା୪: ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି, ତାହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଧରାପଡ଼ିସାରିଲେଣି । ଏ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୮ରେ ରାଜ୍ୟରେ ନକଲି ଶିକ୍ଷକ ଥାଇ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ସଞ୍ଜୟ କୁମାର ମହାରଣା ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସରକାରୀ ଭାବେ ହୋଇଥିବା ତଦନ୍ତ ଅନୁସାରେ ୪ ଶହ ୨୪ ଜଣ ନକଲି ଶିକ୍ଷକ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ନକଲି ଶିକ୍ଷକଙ୍କ ସଂଖ୍ୟା କେନ୍ଦ୍ରାପଡ଼ା, ବରଗଡ଼, କେନ୍ଦୁଝରେ ରହିଥିବା ତଦନ୍ତ ଚାଲିଛି । ଏହା ଶେଷ ହୋଇନାହିଁ ବୋଲି ସରକାର କୋର୍ଟଙ୍କୁ କହିଥିଲେ । ଏହାକୁ ନେଇ କୋର୍ଟ ବିରକ୍ତି ଭାବ ପ୍ରକାଶ କରିଥିଲେ । ତେବେ ଆସନ୍ତା ମେ’ ୬ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।